Odisha Link
Bridging the Missing Links in Odisha
Daily Archives

August 30, 2021

ତାଲିବାନୀଙ୍କ ବନ୍ଧୁକ ମୁନରେ…

କାବୁଲ: ବନ୍ଧୁକ ମୁନରେ ସାମ୍ବାଦିକଙ୍କ ଖବର ପରିବେଷଣ। ଷ୍ଟୁଡିଓ ଭିତରେ ସାମ୍ବାଦିକଙ୍କୁ ଘେରି ରହିଛନ୍ତି ବନ୍ଧୁକଧାରୀ ତାଲିବାନୀ। ଏଭଳି ପରିସ୍ଥିତିରେ ନ୍ୟୁଜ ପଢ଼ୁଛନ୍ତି ଜଣେ ସାମ୍ବାଦିକ। ନିଜେ ଭୟଭୀତ ଥିଲେ ମଧ୍ୟ ଅନ୍ୟମାନଙ୍କୁ ‘ଭୟ କର ନାହିଁ’ ବୋଲି ସେ କହୁଛନ୍ତି। ଆଫଗାନିସ୍ତାନରୁ ଏଭଳି ଏକ ଚିତ୍ର…

ଉତ୍ତରାଖଣ୍ଡରେ ଭୂସ୍ଖଳନ: ୨ ମୃତ, ୫…

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଗତ କିଛି ଦିନ ଧରି ପ୍ରକୃତି ତାଣ୍ଡବ କରୁଛି। ଉତ୍ତରାଖଣ୍ଡରେ ପିଥୌରାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ। ଗତକାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହୋଇଛି ଫଳରେ ଅନେକଙ୍କ ଘର ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି ଘଟିଛି। ଏଥିରେ ଦୁଇ ଜଣଙ୍କର ପ୍ରାଣ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶାରେ ସ୍ନାତକ (ୟୁଜି) ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ କଲ୍ୟାଣ ଏବଂ କ୍ୟାରିୟରକୁ ଦୃଷ୍ଟିରେ ରଖି ସ୍ନାତକ ଶେଷ ସେମିଷ୍ଟାରର ପରୀକ୍ଷାର ଫାଇନାଲ…

ଟ୍ରେନ୍‌ ଧକ୍କାରେ ଚାଲିଗଲା ୩ ଜୀବନ

ଗଞ୍ଜାମ:  ବ୍ରହ୍ମପୁର ହଳଦିଆପଦରରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଲେଭଲ୍‌ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ସେମାନଙ୍କୁ ଟ୍ରେନ୍ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ…

ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସାଧାରଣ…

ପୁରୀ: ଆଜି ପବିତ୍ର ଜନ୍ମାଷ୍ଟମୀ। ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରୀମନ୍ଦିରରେ ବନ୍ଦ ରହିବ ଭକ୍ତଙ୍କ ସାଧାରଣ ଦର୍ଶନ। ଅଧିକ ଗହଳି ଆଶଙ୍କାରେ ମନ୍ଦିର ରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଜନ୍ମାଷ୍ଟମୀରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ଜନ୍ମାଷ୍ଟମୀ ନୀତି…

କରୋନା ନେଲା ଆଉ ୬୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୬୦୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯୦୧କୁ ବୃଦ୍ଧି ପାଇଛି। ଏନେଇ…

ରାଜ୍ୟରେ ଦିନକରେ ୯୭ ଛୁଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୬୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୩୫୪ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୫୫ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା…

ପାରା ଅଲିମ୍ପିକ୍ସ: ଜାଭେଲିନରେ ଭାରତକୁ…

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ବର୍ଷା। ପାରା ଅଲିମ୍ପିକ୍ସ ଜାଭେଲିନ ଥ୍ରୋରେ ଭାରତକୁ ମିଳିଛି ଆଉ ୨ ପଦକ। ଏଥିରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ସୁନ୍ଦର ସିଂହ ଜିତିଛନ୍ତି ବ୍ରୋଞ୍ଚ ପଦକ। ଏହି କ୍ରମରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଜି…

ଏୟାରଷ୍ଟ୍ରାଇକ୍ କରି ଆତଙ୍କବାଦୀ ଆକ୍ରମଣ…

କାବୁଲ: କାବୁଲ ବିମାନବନ୍ଦର ନିକଟରେ ଆଇଏସଆଇଏସ-ଖୁରାସନ ଆତଙ୍କବାଦୀଙ୍କ ବଡ ଆକ୍ରମଣ ଯୋଜନା ପଣ୍ଡ। ଏୟାରଷ୍ଟ୍ରାଇକ୍ କରି କାବୁଲରେ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛି ଆମେରିକା। କାବୁଲ ବିମାନବନ୍ଦର ନିକଟରେ ଥିବା ଏକ ଜନବସତି ଦେଇ ଆତ୍ମଘାତି ଆକ୍ରମଣ ପାଇଁ ବିସ୍ଫୋରକ ଭର୍ତ୍ତି କାର ନେଇ ବିମାନବନ୍ଦର…

ପାରା ଅଲିମ୍ପିକ୍ସରେ ଯୋଗେଶ କାଥୁନିଆଙ୍କୁ…

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଯୋଗେଶ କାଥୁନିଆଙ୍କୁ ରୌପ୍ୟ ପଦକ। ପୁରୁଷ ଡିସକସ୍ ଥ୍ରୋ’ରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ। ଟୋକିଓ ପାରା ଅଲିମ୍ପିକ୍ସରେ ଆଜି ସକାଳୁ ଭାରତ ୨ଟି ପଦକ ହାସଲ କରିଛି। ଆଜି ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ ଲେଖରା। ସୁଟିଂରେ…