Odisha Link
Bridging the Missing Links in Odisha

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀ

ତୁମୁଡ଼ିବନ୍ଧ: ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧବାର୍ଷିକୀ। ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜିର ଦିନକୁ ବଳିଦାନ ଦିବସ ଭାବେ ପାଳନ କରୁଛନ୍ତି। ଏଥିପାଇଁ କନ୍ଧମାଳ ଜଲେଶପଟ୍ଟାସ୍ଥିତ ସଂସ୍କୃତ କନ୍ୟାଶ୍ରମ ଓ ଚକାପାଦଠାରେ ଥିବା ଲକ୍ଷ୍ମଣାନନ୍ଦଙ୍କ ଆଶ୍ରମ ପରିସର ଚଳଚଞ୍ଚଳ ହୋଇଉଠିଛି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଜନ୍ମାଷ୍ଟମୀ ସହ ସ୍ବାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ପଡ଼ୁଛି। ଏହାକୁ ଦୃଷ୍ଟିରେ ଜଲେଶପଟ୍ଟା ଆଶ୍ରମରେ ବ୍ୟାପକରେ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଭିଡ୍ କଟକଣା ଅନୁସାରେ ସମସ୍ତ ରୀତିନୀତି ପାଳନ କରାଯିବ ବୋଲି ଆଶ୍ରମ ପକ୍ଷରୁ ସୂଚନା ମିଳିଛି। କାର୍ଯ୍ୟକ୍ରମରେ ସ୍ବାମୀ ଜୀବନାମୁକ୍ତାନନ୍ଦ ପୁରୀ ମହାରାଜଙ୍କ ସମେତ ସାଧୁସନ୍ଥ ଓ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତା ଏବଂ ଅନୁଗାମୀ ମାନେ ଯୋଗଦେବେ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେହିପରି ଚକାପାଦଠାରେ ଥିବା ସ୍ବାମୀଜୀଙ୍କ ଆଶ୍ରମ ପରିସରରେ ଚକାପାଦ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଅତିରିକ୍ତ ଆରକ୍ଷୀ ବିପିନ ବିହାରୀ ବେହେରା ଓ ଘୁ.ଉଦୟଗିରି ଏସ୍‌ଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ରାତିରେ ଆତତାୟୀ ମାନେ ଆଶ୍ରମ ପରିସରରେ ପଶି ଅତି ନିର୍ମମ ଭାବେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଓ ତାଙ୍କ ଚାରିସାଥୀଙ୍କୁ ହତ୍ୟା କରିଥିଲେ। ସେହିଦିନ ଠାରୁ ଆଶ୍ରମ ପରିସରରେ ସ୍ବାମୀଜୀଙ୍କ ଅନୁଗାମୀ ମାନେ ବଳିଦାନ ଦିବସ ପାଳିତ କରିଆସୁଛନ୍ତି।

Leave A Reply

Your email address will not be published.