Odisha Link
Bridging the Missing Links in Odisha

ପାରା ଅଲିମ୍ପିକ୍ସରେ ଭାରତକୁ ଦିନରେ ୩ ପଦକ

ନୂଆଦିଲ୍ଲୀ: ପାରାଅଲିମ୍ପିକ୍ସରେ ଭାରତକୁ ବଡ ସଫଳତା। ଗତକାଲି ଗୋଟିଏ ଦିନରେ ଭାରତକୁ ୩ଟି ପଦକ ମିଳିଛି। ଦୁଇଟି ରୌପ୍ୟ ପଦକ ସହ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ। ଟେବୁଲ ଟେନିସରେ ଭାରତୀୟ ମହିଳା ଭାବେ ଫାଇନାଲକୁ ପ୍ରବେଶ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଭାରତ ପକ୍ଷରୁ ପାରା ଅଲିମ୍ପିକ୍ସ ଟେବୁଲ ଟେନିସରେ ପଦକ ଜିତିବାରେ ଭାବିନା ହେଉଛନ୍ତି ପ୍ରଥମ ଭାରତୀୟ।

ସେହିପରି ପୁରୁଷ ବିଭାଗ ହାଇ ଜମ୍ପରେ ଭାରତର ନିଶାଦ କୁମାର ରୌପ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ୨୧ ବର୍ଷ ବୟସ୍କ ନିଶାଦ ୨.୦୬ ମିଟର ହାଇ ଜମ୍ପ କରି ରେକର୍ଡ କରିଛନ୍ତି। ଆମେରିକାର ଡଲାସ ୱାଇଜ ମଧ୍ୟ ୨.୦୬ ମିଟର ହାଇ ଜମ୍ପ କରି ନିଶାଦଙ୍କ ସହ ଯୁଗ୍ମ ଭାବେ ରୌପ୍ୟ ପଦକ ପାଇଛନ୍ତି।

ସେହିପରି ଡିସ୍କସ ଥ୍ରୋରେ ବିନୋଦ କୁମାର ଭାରତକୁ ତୃତୀୟ ପଦକ ଦେଇଛନ୍ତି। ୪୧ ବର୍ଷ ବୟସ୍କ ବିଏସଏଫ ଯବାନ ବିନୋଦ କୁମାର ୧୯ ଦଶମିକ ୯୧ ମିଟିର ଡିସ୍କସ ଥ୍ରୋ କରି କାଂସ୍ୟ ପଦକ ହାସଲ କରିଛନ୍ତି।

Leave A Reply

Your email address will not be published.