Odisha Link
Bridging the Missing Links in Odisha

ଟ୍ରେନ୍‌ ଧକ୍କାରେ ଚାଲିଗଲା ୩ ଜୀବନ

ଗଞ୍ଜାମ:  ବ୍ରହ୍ମପୁର ହଳଦିଆପଦରରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଲେଭଲ୍‌ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ସେମାନଙ୍କୁ ଟ୍ରେନ୍ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ଜିଆର୍‌ପି ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଏହି ୩ ଜଣଙ୍କୁ ବିଶାଖାପାଟନମ୍‌-ଟାଟାନଗର ଏକ୍ସପ୍ରେସ୍‌ ଧକ୍କା ଦେଇଥିବା ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ହଳଦିଆପଦର ଲେଭଲ୍‌ କ୍ରସିଂ ଦେଇ ବିଶାଖାପାଟନମ୍‌-ଟାଟାନଗର ଏକ୍ସପ୍ରେସ୍‌ ଅତିକ୍ରମ କରୁଥିଲା। ଏହି ସମୟରେ ଶ୍ରମିକ ଶ୍ରେଣୀର କିଛି ଲୋକ ରେଳ ଧାରଣା କଡ଼େ ଯାଉଥିଲେ ଓ ଲେଭଲ୍‌ କ୍ରସିଂ ଅତିକ୍ରମ କରୁଥିବା ବେଳେ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା।

 ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ୭ରୁ ୮ଜଣ ରେଳ ଧାରଣା କଡ଼େ କଡ଼େ ଚାଲି ଯାଉଥିଲେ। ତେବେ ଟ୍ରେନ୍‌ ଧକ୍କାରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିବା ପରେ ଅନ୍ୟମାନେ ରେଳ ଧାରଣା ପାର୍‌ ହୋଇ ପଳାଇ ଯାଇଥିବା ଜଣାପଡ଼ିଛି। ଖବର ପାଇ ଜିଆର୍‌ପି ପୋଲିସ୍‌ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

Leave A Reply

Your email address will not be published.