Odisha Link
Bridging the Missing Links in Odisha

ଏୟାରଷ୍ଟ୍ରାଇକ୍ କରି ଆତଙ୍କବାଦୀ ଆକ୍ରମଣ ପଣ୍ଡ କଲା ଆମେରିକା

କାବୁଲ: କାବୁଲ ବିମାନବନ୍ଦର ନିକଟରେ ଆଇଏସଆଇଏସ-ଖୁରାସନ ଆତଙ୍କବାଦୀଙ୍କ ବଡ ଆକ୍ରମଣ ଯୋଜନା ପଣ୍ଡ। ଏୟାରଷ୍ଟ୍ରାଇକ୍ କରି କାବୁଲରେ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛି ଆମେରିକା। କାବୁଲ ବିମାନବନ୍ଦର ନିକଟରେ ଥିବା ଏକ ଜନବସତି ଦେଇ ଆତ୍ମଘାତି ଆକ୍ରମଣ ପାଇଁ ବିସ୍ଫୋରକ ଭର୍ତ୍ତି କାର ନେଇ ବିମାନବନ୍ଦର ଅଭିମୁଖେ ଯାଉଥିବାବେଳେ ଡ୍ରୋନରେ ଆକ୍ରମଣ କରିଛି ଆମେରିକା।

ଆମେରିକାର ଶକ୍ତିଶାଳୀ ଆକ୍ରମଣରେ ଆତଙ୍କବାଦୀ ସମେତ ବିସ୍ଫୋରକ ବୋଝେଇ ଗାଡିଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଗାଡିରେ ବିସ୍ଫୋରକ ଥିବାରୁ କିଛି ସମୟ ପରେ ଆଉ ଏକ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଆତଙ୍କବାଦୀ ବିସ୍ଫୋରକ ନେଇ ବଡ ଧରଣର ଅଘଟଣ ଘଟାଇବା ପାଇଁ ଯାଉଥିଲା। କିନ୍ତୁ ପୂର୍ବରୁ ଆମେରିକା ଗୁଇନ୍ଦା ସୂତ୍ରରୁ ଖବର ପାଇ ଟାର୍ଗେଟ କରିଥିଲା ।

ବିସ୍ଫୋରଣ ପରେ ଲୋକମାନେ ଆତଙ୍କିତ ହୋଇ ଏଣେତେଣେ ଦଉଡିବାରେ ଲାଗିଥିଲେ। ତେବେ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଆକ୍ରମଣରେ ଜଣେ ଶିଶୁ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହା ପୂର୍ବରୁ କାବୁଲ ବିମାନବନ୍ଦର ନିକଟରେ ଗୁରୁବାର ସିରିଜ୍ ବିସ୍ଫୋରଣ ହୋଇଥିଲା। ଏଥିରେ ୧୬୯ ଆଫଗାନ ନାଗରିକଙ୍କ ସମେତ ୧୩ ଆମେରିକୀୟ ସୈନ୍ୟଙ୍କର ଜୀବନ ଯାଇଥିଲା। ଏହି ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ-ଖୋରାସନ ନିଜକୁ ଦାୟୀ କରିଥିଲା।

Leave A Reply

Your email address will not be published.