Odisha Link
Bridging the Missing Links in Odisha

ରାଜ୍ୟରେ କରୋନା ନେଲା ଆଉ ୬୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୬୩୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯୬୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୨୦ଜଣ, ଅନୁଗୁଳ ଏବଂ ଜଗତସିଂହପୁର ଜିଲ୍ଲାରୁ ୯ଜଣ ଲେଖାଏଁ , ଖୋର୍ଦ୍ଧା ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୪ଜଣ ରହିଛନ୍ତି। କେନ୍ଦ୍ରାପଡ଼ା, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, ବରଗଡ଼, ଢେଙ୍କାନାଳ, ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି। କଳାହାଣ୍ଡି , ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୭୭୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭୨୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୯୨୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧୮୦୬୯୬୩୨ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.