Odisha Link
Bridging the Missing Links in Odisha

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଭାଙ୍ଗିଲେ କୃଷ୍ଣ ମୂର୍ତ୍ତି

ପାକିସ୍ତାନ: ପବିତ୍ର ଜନ୍ମାଷ୍ଟମୀରେ ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ। ଶୀକୃଷ୍ଣଙ୍କ ମନ୍ଦିର ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ଲୋକମାନେ ପୂଜାର୍ଚ୍ଚନାରେ ବ୍ୟସ୍ତ ଥିବା ବେଳେ ଏକ ବିଶୃଙ୍ଖଳିତ ଗୋଷ୍ଠୀ ମନ୍ଦିରରେ ଭଙ୍ଗାରୁଜା କରିଥିଲେ। ଏହା ସହ ସେମାନେ ମନ୍ଦିରରେ ପୂଜା ପାଉଥିବା ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ଭାଙ୍ଗି ପକାଇଥିଲେ। ସିନ୍ଧ ପ୍ରାନ୍ତର ସଂଘାର ଜିଲ୍ଲାରେ ମନ୍ଦିର ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ଏନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍‌ ହେଉଛି। ଯେଉଁଥିରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି, ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଏଣେତେଣେ ପଡ଼ିଛି।

ପାକିସ୍ତାନ ସଂସଦର ସଦସ୍ୟ ଲାଲ ମଲ୍ହୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏହା ସହ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ରାହତ ଅଷ୍ଟିନ୍‌ ମଧ୍ୟ ଟ୍ବିଟ୍‌ କରି ଲେଖିଛନ୍ତି, ‘ଯେତେବେଳେ ଲୋକମାନେ କୃଷ୍ଣ ଜନ୍ମଷ୍ଟମୀ ପାଳନ କରୁଥିଲେ ସେତେବେଳେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିବା ଉଦ୍ଦେଶ୍ୟରେ ମନ୍ଦିରରେ ଭଙ୍ଗାରୁଜା କରାଯାଇଥିଲା। ପାକିସ୍ତାନରେ ଭିଡ଼ ହିଂସା ପାଇଁ ମୃତ୍ୟୁ ଦଣ୍ଡ ମିଳୁଥିବା ବେଳେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ବାରମ୍ବାର ଭଙ୍ଗାରୁଜା ହେଉଛି। ଏହା ପଛର ଅପରାଧୀଙ୍କୁ ଦଣ୍ଡ ମିଳୁନାହିଁ।’

Leave A Reply

Your email address will not be published.