Odisha Link
Bridging the Missing Links in Odisha

କ୍ରିକେଟର ସମସ୍ତ ଫର୍ମାଟରୁ ଡେଲ୍‌ ଷ୍ଟେନଙ୍କ ଅବସର

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ ଦକ୍ଷିଣ ଆଫ୍ରିକା ଦଳର ଷ୍ଟାର ବୋଲର ଡେଲ୍‌ ଷ୍ଟେନ୍। ଏନେଇ ଟ୍ବିଟ୍‌ କରି ଖୋଦ୍‌ ସୂଚନା ଦେଇଛନ୍ତି ଷ୍ଟେନ୍। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଷ୍ଟେନ୍‌ କହିଛନ୍ତି, ‘ଆଜି ବିଦ୍ଧିବଦ୍ଧ ଭାବେ କ୍ରିକେଟରୁ ସନ୍ୟାସ ନେଉଛି । ମୁଁ ସବୁଠାରୁ ପସନ୍ଦ କରୁଥିବା ଜିନିଷକୁ ଛାଡିବାକୁ ପଡୁଛି, ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହେଉଛି ଏହି ନିଷ୍ପତ୍ତି ନେବାକୁ ।’

ଦକ୍ଷିଣ ଆଫ୍ରିକା ପକ୍ଷରୁ ୯୩ଟି ଟେଷ୍ଟ, ୧୨୫ ଦିନିକିଆ ଏବଂ ୪୭ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ ଖେଳିଛନ୍ତି ଡେଲ୍‌ ଷ୍ଟେନ୍‌ । ଟେଷ୍ଟ କ୍ରିକେଟରେ ସେ ମୋଟ ୪୩୯ଟି ଓ୍ବିକେଟ ନେଇଛନ୍ତି ଏଥିସହିତ ୧୨୫୧ ରନ୍‌ ମଧ୍ୟ କରିଛନ୍ତି। ସେହିଭଳି ଦିନିକିଆରେ ୧୨୫ ମ୍ୟାଚ ଖେଳିଥିବା ବେଳେ ୧୯୬ଟି ଓ୍ବିକେଟ ଏବଂ ଟ୍ବେଣ୍ଟି ଟ୍ବେଣ୍ଟିରେ ୪୭ ମ୍ୟାଚ ଖେଳି ୬୪ଟି ଓ୍ବିକେଟ ନେଇଛନ୍ତି ଡେଲ୍‌ ଷ୍ଟେନ୍‌।

୨୦୧୯ରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିସାରିଥିବା ଷ୍ଟେନ୍‌ କେବଳ ସୀମିତ ଓଭର ମ୍ୟାଚ ଖେଳୁଥିଲେ। ଶେଷ ଥର ପାଇଁ ୨୦୨୦ରେ ଅ​‌ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିଥିଲେ ଷ୍ଟେନ୍‌। ୨୦୦୮ ମସିହାରେ ଟେଷ୍ଟ କ୍ରିକେଟରେ ତାଙ୍କୁ ଆଇସିସି ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ମିଳିଥିଲା। ଏହା ବାଦ୍‌ ୨୦୧୩ ମସିହାରେ ଲିଡିଂ କ୍ରିକେଟର ଆଓ୍ବାର୍ଡ, ୨୦୧୧ ଏବଂ ୨୦୧୪ରେ ଆଇସିସି ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଦିନିକିଆ ଖେଳାଳି ମାନ୍ୟତା ମିଳିଥିଲା।

Leave A Reply

Your email address will not be published.