Odisha Link
Bridging the Missing Links in Odisha

ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ

ଭୁବନେଶ୍ବର: ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ। ପାର୍ବଣ ପାଇଁ ସରକାର କେଉଁ କଟକଣା କୋହଳ କରିବେ ଓ ଲାଗୁ କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛି। କରୋନା କଟକଣା ଯୋଗୁଁ ଜୀବିକା ପ୍ରଭାବିତ ହେଇଥିବାରୁ ସପ୍ତାହନ୍ତ ଲକଡାଉନ, ନାଇଟ୍ କର୍ପ୍ୟୁ ହଟାଇବାକୁ ଦାବି ହେଉଛି। ଏପଟେ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟଗୁଡିକୁ ସତର୍କ କରିଦେଇଛନ୍ତି କେନ୍ଦ୍ର ସରକାର। ଭିଡ଼ ନିୟନ୍ତ୍ରଣରେ ନରହିଲେ ଏହା ତୃତୀୟ ଲହରକୁ ସାଙ୍ଗରେ ଆଣିପାରେ ବୋଲି ଚେତାଇ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ଓନମ ପରେ କେରଳରେ ହଠାତ୍ ଦୈନିକ ସଂକ୍ରମଣରୁ ଅଧିକ ହୋଇଯାଇଛି, ତେଣୁ ସତର୍କ ରହିବାକୁ କହିଛି କେନ୍ଦ୍ର। କେନ୍ଦ୍ରର ଗାଇଡଲାଇନ୍ ପରେ ଓଡ଼ିଶାରେ କେଉଁ କଟକଣା କେଉଁ କଟକଣା କୋହଳ ହେବ କେଉଁ କଟକଣା ରହିବ। ରାଜ୍ୟ ସରକାର ଜୀବନ-ଜୀବିକାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଡଡଲାଇନରେ କେଉଁ ପରିବର୍ତ୍ତନ ଆଣିପାରନ୍ତି ସେଉପରେ ସମସ୍ତଙ୍କ ନଜର ରହିଛି।

ଗୋଟିଏ ପଟେ କରୋନା କଟକଣା ଯୋଗୁଁ ରାଜ୍ୟରେ ଅନେକ ଲୋକ ସେମାନଙ୍କର ରୋଜଗାର ହରାଇଛନ୍ତି। ଅନ୍ୟପଟେ କେରଳରେ ଓନମ ପର୍ବ ପରେ ପରେ ଦୈନିକ ସଂକ୍ରମଣ ୩୦ ହଜାର ଉପରେ ରହୁଛି। ଏହା ମଧ୍ୟରେ ରାଜ୍ୟ ସରକାର ସବୁକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ଗାଇଡଲାଇନ୍ ଆଣିବାକୁ ଯାଉଛନ୍ତି।

Leave A Reply

Your email address will not be published.