Odisha Link
Bridging the Missing Links in Odisha

କୋଟିଆ ମାମଲାରେ ରାଜନୈତିକ ସମାଧାନର ଆବଶ୍ୟକତା ରହିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଟିଆ ମାମଲାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ମାମଲାକୁ ରାଜନୈତିକ ଉପାୟରେ ସମାଧାନ କରିବାକୁ କୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଖାନଓ୍ୱାଲକର ମାମଲାର ଶୁଣାଣି କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ, ମାମଲାର ରାଜନୈତିକ ସମାଧାନ ହେବାର ଆବଶ୍ୟକତା ରହିଛି। ଏନେଇ କୋର୍ଟ ମୌଖିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଓଡ଼ିଶା ଏବଂ ଆନ୍ଧ୍ର ସରକାରଙ୍କୁ ରାଜନୈତିକ ସ୍ତରରେ ଆପୋଷ ବୁଝାମଣା କରି ସମାଧାନ କରିବାକୁ କୋର୍ଟ କହିଛନ୍ତି। ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.