Odisha Link
Bridging the Missing Links in Odisha

ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ କଟକଣା ଜାରିକଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ଏହି ନିଷେଧାଦେଶ ଯୋଜନା କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବିଳମ୍ବିତ ରାତିରେ ମଥୁରାରେ କୃଷ୍ଣୋତ୍ସବ ୨୦୨୧ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି।

ଧାର୍ମିକ ଓ ଗୁରୁତ୍ୱପୂର୍ଣ୍ଣ ସହରରେ ମାଂସ ଓ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସେ ଏହା ପୂର୍ବରୁ କହିଥିଲେ। ମଥୁରାର ଗର୍ବ ଗୌରବକୁ ପୁନର୍ଜୀବିତ କରିବା ପାଇଁ ଯେଉଁମାନେ ମଦ ଏବଂ ମାଂସ ବ୍ୟବସାୟରେ ନିୟୋଜିତ ଥିଲେ ସେମାନେ ଏଣିକି ଦୁଗ୍ଧ ବିକ୍ରି କରିପାରିବେ। କାରଣ ଏହି ରାଜ୍ୟ ବହୁ ପରିମାଣର ଦୁଗ୍ଧ ଉତ୍ପାଦନ ପାଇଁ ଜଣାଶୁଣା।

ଯୋଗୀ ଆଦିତ୍ୟନାଥ କହିଛନ୍ତି, “ବ୍ରିଜଭୂମିର ବିକାଶ ପାଇଁ ସମସ୍ତ ପ୍ରୟାସ କରାଯିବ। ଏଥିପାଇଁ କୌଣସି ଆର୍ଥିକ ଅସ୍ଥିରତା ରହିବ ନାହିଁ। ଆମେ ଏହି ଅଞ୍ଚଳର ବିକାଶ ପାଇଁ ଆଧୁନିକ ଜ୍ଞାନକୌଶଳ ଏବଂ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଐତିହ୍ୟର ମିଶ୍ରଣକୁ ଦେଖୁଛୁ। ବିଶ୍ୱାସର ଦୀର୍ଘ ଅବହେଳିତ ସ୍ଥାନଗୁଡ଼ିକ ବର୍ତ୍ତମାନ ପୁନର୍ଜୀବିତ କରାଯିବାକୁ ପ୍ରୟାସ କରାଯାଉଛି।

Leave A Reply

Your email address will not be published.