Odisha Link
Bridging the Missing Links in Odisha

ହସ୍ପିଟାଲରେ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୁଳ: ହସ୍ପିଟାଲରେ ପରିସରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜାକୁ ଚଢି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଗ୍ନିଶମ ବିଭାଗ ଓ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନାକେଦମ୍‌ ହୋଇ ଯାଇଥିବା ବେଳେ। ପ୍ରାୟ ଦେଢ଼ ଘଣ୍ଟାର ଉଦ୍ୟମ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି।

ସକାଳ ପ୍ରାୟ ୧୦ଟା ବେଳେ ହଠାତ ଜଣେ ଯୁବକ ପ୍ରସ୍ତାବିତ ଆଇସିୟୁ ବିଲ୍ଡିଂର ତୃତୀୟ ମହଲା ଉପରେ ଚଢ଼ି ସେଠାରେ ଥିବା ଝରକା ତାଜା ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଡାକିବା ସହ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତଳେ ଏକ ଜାଲ ବିଛାଯିବା ସହ ଉପରକୁ ସିଡ଼ି ପକାଇ ଉଦ୍ଧାର କାର୍ଯ୍ୟ ହୋଇଥିଲା। ଅନ୍ୟ ଏକ ଟିମ ସମ୍ପୃକ୍ତ ଯୁବକଙ୍କୁ ବୁଝାସୁଝା ଉଦ୍ୟମ କରିଥିଲେ। ଶେଷରେ ଏକ ରଶି ସାହାଯ୍ୟରେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି।

ଉଦ୍ଧାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡର ଭଜମନ ଗୋଛାୟତ। ସେ ଦୁଇ ବର୍ଷ ପୂର୍ବେ ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ମାନସିକ ବିକାରଗ୍ରସ୍ତ ହୋଇ ଦୁଇଦିନ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.