Odisha Link
Bridging the Missing Links in Odisha

ଜାରି ହେଲା ୧୨୫ ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା

ନୂଆଦିଲ୍ଲୀ: ଜାରି ହେଲା ୧୨୫ ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାରି କରିଛନ୍ତି ଏହି ସ୍ବତନ୍ତ୍ର ମୁଦ୍ରା। ଇସ୍କନ ମାଧ୍ୟମରେ ଦେଶ ବିଦେଶରେ କୃଷ୍ଣ ଭକ୍ତିର ପ୍ରଚାର ପ୍ରସାର କରିଥିବା ଶ୍ରୀ ଭକ୍ତିବେଦାନ୍ତ ସ୍ଵାମୀ ପ୍ରଭୁପାଦଙ୍କ ୧୨୫ତମ ଜୟନ୍ତୀ ଅବସରରେ ଏହି ସ୍ବତନ୍ତ୍ର ମୁଦ୍ରା ଜାରି କରିଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ମୁଦ୍ରା ଜାରି କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ହେଉଛି ଏମିତି ସୁଖଦ ସଂଯୋଗ ଯେଉଁଠି ମହାନ ଦେଶଭକ୍ତଙ୍କ ୧୨୫ତମ ଜନ୍ମଦିନ ଏମିତି ସମୟରେ ପାଳନ କରାଯାଉଛି, ଯେଉଁଠି ଦେଶ ନିଜ ସ୍ଵାଧୀନତାର ୭୫ ବର୍ଷପୂର୍ତ୍ତିର ଅମୃତ ମହୋତ୍ସବ ପାଳନ କରୁଛି।

ସେ ଆହୁରି କହୁଛନ୍ତି, ତକାଲି ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଥିଲା ଏବଂ ଆଜି ଆମେ ଶ୍ରୀ ପ୍ରଭୁପାଦ ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳନ କରୁଛେ। ଏମିତି ଲାଗୁଛି ଯେପରି ସାଧନାର ସୁଖ ଓ ସନ୍ତୋଷ ଏକ ସଙ୍ଗେ ମିଶି ଯାଇଛନ୍ତି। ଏହି ଭାବକୁ ଆଜି ପୂରା ଦୁନିଆରେ ସ୍ଵାମୀ ପ୍ରଭୁପାଦଙ୍କ ଲକ୍ଷାଧିକ କୋଟି ଅନୁଗାମୀ କୃଷ୍ଣ ଭକ୍ତ ଅନୁଭବ କରୁଛନ୍ତି।

Leave A Reply

Your email address will not be published.