Odisha Link
Bridging the Missing Links in Odisha

ହରିଶଙ୍କର-ନୃସିଂହନାଥ ମନ୍ଦିରର ଉନ୍ନତିକରଣ ପାଇଁ ମାଷ୍ଟର ପ୍ଲାନ୍

ବଲାଙ୍ଗୀର: ହରିଶଙ୍କର ଓ ନୃସିଂହନାଥର ମନ୍ଦିରର ହେବ ଉନ୍ନତିକରଣ । ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରକଳ୍ପ ଆରମ୍ଭ କରିଛନ୍ତି। ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ୨ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫାଇଭ-ଟି ସଚିବଙ୍କ ଉପସ୍ଥିତିରେ ପର୍ବତର ପର୍ଯ୍ୟଟନସ୍ଥଳୀର ଭବିଷ୍ୟତ ବିକାଶ ଯୋଜନା ବାବଦରେ ଆଲୋଚନା ହୋଇଥିଲା।

ଏଠାକାର ସାମାଜିକ, ସାଂସ୍କୃତିକ ଓ ଧର୍ମୀୟ ପରମ୍ପରା ସହିତ ପ୍ରାକୃତିକ ପରିବେଶର ବିକାଶ ସହିତ, ଏଠାରେ ପର୍ଯ୍ୟଟନର କେମିତି ଉନ୍ନତି ହୋଇପାରିବ ସେନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଥିରେ ୨ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାସ୍ତାର ଉନ୍ନତି, ପର୍ଯ୍ୟଟକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା, ପିଲାମାନଙ୍କ ଖେଳିବା ପ୍ଲେ ଜୋନ୍, ପିକନିକ୍ ଜୋନ୍ , ମନ୍ଦିର ପାଇଁ ଭୋଗମଣ୍ଡପ, ରୋଷଶାଳା ,ଧର୍ମଶାଳା ଆଦି ନିର୍ମାଣ କରାଯିବ।

ସେହିପରି ୧୮ କିଲୋମିଟରର ଏକ ଟ୍ରେକିଂ ଲାଇନର ମଧ୍ୟ ବ୍ୟବସ୍ଥା କରାଯିବ , ଯେଉଁଥିରେ ମଝିରେ ମଝିରେ ବିଶ୍ରାମ ନେବା ଲାଗି ସୁବିଧା ରହିବ। ଏଥିରେ ଟଏଲେଟ, କାଫେ, ୱାଚ୍ ଟାୱାର ରହିବ। ହରିଶଙ୍କର -ନୃସିଂହନାଥର ବିକାଶ ପାଇଁ ଏହା ହେଉଛି ତୃତୀୟ ବୈଠକ। ଓ.ଟି.ଡି.ସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟ କମିଶନର ପ୍ରଦୀପ ଜେନା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.