Odisha Link
Bridging the Missing Links in Odisha

ଆୟୁଷ କମାଇ ଦେଉଛି ପ୍ରଦୂଷଣ

ନୂଆଦିଲ୍ଲୀ: ଆୟୁଷ କମାଇ ଦେଉଛି ପ୍ରଦୂଷଣ। ମାତ୍ରାଧିକ ବାୟୁ ପ୍ରଦୂଷଣ ଯୋଗୁଁ ୫ ବର୍ଷ କମୁଛି ମଣିଷ ଆୟୁଷ। ବାୟୁ ପ୍ରଦୂଷଣ ତାଲିକାରେ ଦିଲ୍ଲୀ ୧ ନମ୍ବରରେ ଥିବା ବେଳେ ଏହାର ପାଖାପାଖି ପହଞ୍ଚିଗଲାଣି ଓଡ଼ିଶା। ମୁଖ୍ୟତଃ ବାୟୁରେ ଅଧିକ ପରିମାଣର ପାର୍ଟିକ୍ୟୁଲେଟ ମ୍ୟାଟର ୨.୫ ଯୋଗୁଁ ଏହା ସିଧାସଳଖ ଫୁସଫୁସକୁ ପ୍ରଭାବିତ କରିଥାଏ।

ଏହି ପରିମାପକରେ ଦେଶର ରାଜଧାନୀ ଦିଲ୍ଲୀ ଥିବା ବେଳେ ଏହାର ପାଖାପାଖି ପହଞ୍ଚିଗଲାଣି ଓଡ଼ିଶାର ବାୟୁ ପ୍ରଦୂଷଣ। ଏୟାର କ୍ବାଲିଟି ଲାଇଫ୍ ଇଣ୍ଡେକ୍ସକୁ ନେଇ ଆମେରିକାର ଚିକାଗୋ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଗବେଷଣାରୁ କୁହାଯାଇଛି।

ଓଡ଼ିଶାରେ ବାୟୁ ପ୍ରଦୂଷଣ ମାତ୍ରାକୁ ନେଇ ଯେଉଁ ବିକଳ ଚିତ୍ର ଆସିଛି ସେଥିରେ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ ଏବଂ କଟକ ଜିଲ୍ଲା ରହିଛି। ଏସବୁ ଜିଲ୍ଲା ଲୋକଙ୍କର ଆୟୁଷ ପାଖାପାଖି ୬ ବର୍ଷ କମିବାର ଆଶଙ୍କା ରହିଛି। ସେହିପରି ଦେଶରେ ମହାରାଷ୍ଟ୍ର, ଗୁଜରାଟ ଓ ଆନ୍ଧ୍ରପ୍ରଦେଶର ସ୍ଥିତି ମଧ୍ୟ ସଙ୍ଗିନ ରହିଛି।

Leave A Reply

Your email address will not be published.