ଗଶେଶ ପୂଜା ଗାଇଡଲାଇନ ଜାରି କଲା ବିଏମ୍ସି
ଭୁବନେଶ୍ୱର: ଆଗକୁ ପାର୍ବଣ ଋତୁ ଆସୁଛି। ଆସନ୍ତା ୧୦ ତାରିଖରେ ପାଳିତ ହେବ ଗଶେଶ ପୂଜା। ଗଶେଶ ପୂଜା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍।
ବିଏମ୍ସି ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁଯାୟୀ, ମଣ୍ଡପରେ କୋଭିଡ କଟକଣାରେ ପୂଜା କରିବାକୁ ଅନୁମତି ମିଳିବ। ପୂଜା ପାଇଁ କମିଶନରେଟ ପୁଲିସ୍ର ଅନୁମତି ନେବାକୁ ପଡ଼ିବ।
ମଣ୍ଡପର ୩ ପାର୍ଶ୍ୱ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚତୁର୍ଥ ପଟ ବି ବନ୍ଦ ରହିବ କିନ୍ତୁ କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ମିଳିବ। ଶ୍ରଦ୍ଧାଳୁଙ୍କୁ ମଣ୍ଡପ ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାବାଦ ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ।