Odisha Link
Bridging the Missing Links in Odisha

ଇ-ଭେଇକିଲ ନୀତି ୨୦୨୧ ନେଇ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟରେ ଇ-ଭେଇକିଲ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ରାଜ୍ୟ ପରିବହନ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ସପ୍ତାହରେ ଇ-ଭେଇକିଲ ନୀତିକୁ ମିଳିଥିଲା ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ। ୨୦୨୫ ସୁଦ୍ଧା ୨୦ ପ୍ରତିଶତ ବ୍ୟାଟେରୀ ଗାଡ଼ି ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଗ୍ରାହକ ଓ ବ୍ୟବସାୟୀଙ୍କୁ ପ୍ରୋତ୍ସାହନର ଯୋଜନା ରହିଛି।

ତେବେ ୨ ଚକିଆ ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ଗ୍ରାହକଙ୍କୁ ୫ ହଜାର ଟଙ୍କାର ସବସିଡି ମିଳିବ। ସେହିପରି ୩ ଚକିଆ ଯାନ କିଣିଲେ ୧୦ ହଜାର ଓ ୪ ଚକିଆ କିଣିଲେ ୫୦ ହଜାର ଟଙ୍କା ରିହାତି ମିଳିବ। ନନ୍-ଏସି ବସ କିଣିଲେ ୨ ଲକ୍ଷ ଟଙ୍କା ଓ ଏସି ଡିଲକ୍ସ ବସ୍ କିଣିଲେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବେ ସରକାର। ସରକାରୀ କର୍ମଚାରୀଙ୍କୁ ଶତ ପ୍ରତିଶତ ସୁଧ ରିହାତି ଋଣ ଦିଆଯିବ।

ଇ-ଯାନ ଲାଗି ପଞ୍ଜୀକରଣ ଫି ଓ ରୋଡ ଟ୍ରାକ୍ସ ଦେବାକୁ ପଡିବ ନାହିଁ। ୨୦ ହଜାର ଚାର୍ଜିଂ ପ୍ରତିଷ୍ଠା ଲାଗି ୫ ହଜାର ଲେଖାଏଁ ଅନୁଦାନ ଦିଆଯିବ। ଇ-ଯାନ ନିର୍ମାତାଙ୍କୁ ଶତ ପ୍ରତିଶତ ରାଜ୍ୟ ଜିଏସଟି ଛାଡ କରିବ। ସବୁ ଅଂଶୀଦାନଙ୍କ ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.