Odisha Link
Bridging the Missing Links in Odisha

ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ରାଙ୍କିଙ୍ଗ ୨୦୨୨ କିଟ୍‍ ଓଡ଼ିଶାରେ ପ୍ରଥମ

ଭୁବନେଶ୍ୱର: ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟର ରାଙ୍କ। ଗୁରୁବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ରାଙ୍କିଙ୍ଗ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‍ ଅତ୍ୟଧିକ ଭଲ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ରାଙ୍କିଙ୍ଗ-୨୦୨୨ ଫଳାଫଳ ଆଜି ପ୍ରକାଶ ପାଇଛି। ପୂର୍ବବର୍ଷ କିଟ୍‍ ୧୦୦୦+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ରାଙ୍କିଙ୍ଗକୁ ଉନ୍ନୀତ ହୋଇ ୮୦୦+ରେ ରହିଛି। ଇଂଜିନିୟରିଂରେ କିଟ ବିଶ୍ୱବିଦ୍ୟାଳୟ ପୂର୍ବବର୍ଷ ୬୦୦ ସ୍ଥାନରେ ଥିବା ବେଳେ ଏବର୍ଷ ମଧ୍ୟ ଏଥିରେ ଅଗ୍ରଗତି ହୋଇଛି।

ସେହିପରି ଭେଲୋର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି, ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍‍ ଓ ଏନ୍‍ଆଇଟି ରାଉରକେଲା ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ସେମାନଙ୍କ ପୂର୍ବ ବର୍ଷ ରାଙ୍କିଙ୍ଗ ୮୦୦+ ବଜାୟ ରଖିଛନ୍ତି। ଆଇଆଇଟି ଭୁବନେଶ୍ୱର ଓ ମନିପାଲ୍‍ ଆକାଡେମୀ ଅଫ୍‍ ହାଇଅର ଏଜୁକେସନ୍‍ ୧୦୦୦+ ସ୍ଥାନରେ ରହିଥିବା ବେଳେ ଏସ୍‍ଆର୍‍ଏମ୍‍ ୧୨୦୦+ ରାଙ୍କରେ ରହିଛନ୍ତି। ଚଳିତବର୍ଷ ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ କିଟ୍‍ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ପୂର୍ବଭାରତରେ ଥିବା ଡିମ୍‍ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ମଧ୍ୟ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି।

ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି। କିଟ୍‍ ବିଶ୍ୱବିଦ୍ୟାଳୟର ୨୮ଟି ପାଠ୍ୟକ୍ରମକୁ ହିସାବକୁ ନିଆଯାଇ ରାଙ୍କିଙ୍ଗ କରାଯାଇଛି। ଯଦି କିଟ୍‍ର ଇଂଜିନିୟିରଂ କିମ୍ବା ୨/୩ଟି ପାଠ୍ୟକ୍ରମକୁ ବିଚାରକୁ ନିଆଯାଇଥିଲେ କିଟ୍‍ ବିଶ୍ୱବିଦ୍ୟାଳୟର ରାଙ୍କ ଆହୁରି ଉନ୍ନତ ସ୍ଥାନରେ ରହି ପାରିଥାନ୍ତା।

ଅନ୍ୟ ପକ୍ଷରେ କିଟ୍‍ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିରନ୍ତର ପ୍ରଚେଷ୍ଟା ଓ ଦୂରଦୃଷ୍ଟିକୁ ସାଧୁବାଦ ଜଣାଇଛନ୍ତି। ଏହା ସହ ଅଳ୍ପ ଦିନର ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ଦେଶର ପ୍ରତିଷ୍ଠିତ ଆଇଆଇଟି ଓ ଏନ୍‍ଆଇଟି ଆଦି ସରକାରୀ ବିଶ୍ୱବିଦ୍ୟାଳୟ ଓ ଘରୋଇ ଲବ୍‍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସମକକ୍ଷ ହୋଇ କିଟ୍‍ ଉତ୍ତମ ପ୍ରଦର୍ଶନ ଜାରି ରଖିଛି। ଏହା ହିଁ ହେଉଛି କିଟ୍‍ର ସଫଳତା ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଛନ୍ତି।

Leave A Reply

Your email address will not be published.