Odisha Link
Bridging the Missing Links in Odisha

ନନ୍ଦନକାନନରେ ଜାଲି ଛିଣ୍ଡାଇ ବାହାରେ ବୁଲିଲା ବାଘ

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଆତଙ୍କ। ନନ୍ଦନକାନନ ବାଘ ସଫାରୀରୁ ବାଘ ଜାଲି ଛିଣ୍ଡାଇ ପଳାଇଯିବା ଘଟଣା ସାମନାକୁ ଆସିଛି। ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତେ ସୁରକ୍ଷିତ ଅଛନ୍ତି। କର୍ମଚାରୀଙ୍କ ଉଦ୍ୟମ ଯୋଗୁ ପୁଣି ସଫାରୀକୁ ଫେରିଛି ମହାବଳ ବାଘ ରାଜେଶ।

ଗୁରୁବାର ସକାଳେ ଫିଡିଂ ଚାମ୍ବରରୁ ରାଜେଶ ଓ ରୂପା ନାମକ ଦୁଇଟି ମହାବଳ ବାଘକୁ ସଫାରୀ ମଧ୍ୟକୁ ଛଡା ଯାଇଥିଲା। କିଛି ସମୟ ମଧ୍ୟରେ ରାଜେଶ ନାମକ ଅଣ୍ଡିରା ମହାବଳ ବାଘ ସଫାରୀ ପାଚେରୀ ଡେଇଁ, କର୍ମଚାରୀ ଯାତାୟତ ପାଇଁ ରହିଥିବା ଏକ ରାସ୍ତାକୁ ଚାଲି ଆସିଥିଲା। ସେହି ସମୟରେ ସେଠାରେ କେହି କର୍ମଚାରୀ ନଥିବା କାରଣରୁ ବାଘ କାହାର କ୍ଷତି କରି ନଥିଲା।

ହଠାତ ନନ୍ଦନକାନନ ଭିତରୁ ତୁରନ୍ତ ବାହାରକୁ ବାହାରିବା ଆସିବା ପାଇଁ ଘୋଷଣା କରାଯାଇଥିଲା।  ଘୋଷଣା ଶୁଣି ସମସ୍ତେ ଆତଙ୍କିତ ହୋଇପଡ଼ିଥିଲେ। ଖବର ପାଇ ନନ୍ଦନକାନନ କର୍ମଚାରୀ ହୋ ହାଲ୍ଲା କରିବାରୁ ମହାବଳ ରାଜେଶ ପୁଣି ସଫାରୀ ମଧ୍ୟମକୁ ଡେଇଁ ଫେରି ଯାଇଥିଲା। ତେବେ କର୍ତ୍ତୃପକ୍ଷଙ୍କ ତରଫରୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇନାହିଁ।

Leave A Reply

Your email address will not be published.