Odisha Link
Bridging the Missing Links in Odisha

ବିଜେବି କଲେଜରେ ଛାତ୍ର ଅଶାନ୍ତି: ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଖାରବେଳ ହଷ୍ଟେଲ ବନ୍ଦ

ଭୁବନେଶ୍ୱର: ବିଜେବି କଲେଜରେ ଛାତ୍ର ଅଶାନ୍ତି। ଗତକାଲି କମେଣ୍ଟ ମରାକୁ କେନ୍ଦ୍ର କରି ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା। ଦୁଇ ହଷ୍ଟେଲ ଆମ୍ବେଦକର ଓ ଖାରବେଳ ହଷ୍ଟେଲର ଛାତ୍ର ମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ‌ଥିଲା।

କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଖାରବେଳ ହଷ୍ଟେଲକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ କରିଛି ପୁଲିସ। ଏଥିସହ ଆଜି ୨ ହଷ୍ଟେଲ ସୁପରିଟେଣ୍ଡେଣ୍ଟ, ଏସିପି ଓ ବଡ଼ଗଡ଼ ଥାନା ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ବସିବ।

ଗତକାଲି ଦୁଇ ଛାତ୍ରାବାସର ପିଲାଙ୍କ ମଧ୍ୟରେ ଗଣ୍ଡଗୋଳରେ କେତେକ ଛାତ୍ରଙ୍କୁ ବଡ଼ଗଡ଼ ଥାନାରେ ଅଟକ ରଖାଯାଇଥିଲା। ରାତିରେ ଆପୋସ ବୁଝାମଣା ପରେ ଛାତ୍ରଙ୍କୁ ଛାଡ଼ିଥିଲା ପୋଲିସ।

Leave A Reply

Your email address will not be published.