Odisha Link
Bridging the Missing Links in Odisha

ବିଧାନସଭା ଆଜି ବି ଅଚଳ

ଭୁବନେଶ୍ବର: ଆଜି ହେଉଛି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ଆଜି ବି ଗୃହ ଅଚଳ। ପ୍ରଶ୍ନକାଳ ଆରମ୍ଭରୁ ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ନେଇ ନାରାବାଜି ଓ ହୋହଲ୍ଲା।ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ। ଏପରିକି ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ନାରାବାଜି ଦେଇଥିଲେ ।

ଏହାକୁ ନଜରରେ ରଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏଁ ଗୃହ କାର୍ୟ୍ୟକୁ ମୁଲତବୀ ଘୋଷଣା କରିଛନ୍ତି। ଗତ ଦୁଇଦିନ ହେବ ବିଜେପି ଓ କଂଗ୍ରେସ ଚାଷୀ ଓ ମରୁଡି ସମସ୍ୟା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିବା ବେଳେ ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କିନ୍ତୁ ଆଜି କୌଣସି ଚାଷି କିମ୍ବା ମରୁଡି ପ୍ରସଙ୍ଗ ଉଠାଇ ନାହାନ୍ତି ବିରୋଧି।ଦ୍ବିତୀୟ ଦିନରେ ମାହାଙ୍ଗା ଡବଲ୍ ମର୍ଡର ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା

Leave A Reply

Your email address will not be published.