Odisha Link
Bridging the Missing Links in Odisha

୫ ଆଇଏଏସ୍‌ ଅଧିକାରୀଙ୍କୁ ଜେଲ୍‌ ଦଣ୍ଡାଦେଶ ଦେଲେ ହାଇକୋର୍ଟ

ବିଜୟୱାଡ଼ା: ଅଦାଲତା ଅବମାନନା ଅପରାଧ‌ରେ ଦୋଷୀ ସାବ୍ୟସ୍ତ କରି ୫ ‘ଆଇଏଏସ୍‌’ ଅଧିକାରୀଙ୍କୁ ଜେଲ୍‌ ଦଣ୍ଡାଦେଶ। ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଆଇଏଏସ୍‌ ଅଧିକାରୀଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ‌ ଦେଇଛନ୍ତି।

ନେଲୋର୍‌ ଜିଲ୍ଲାର ଭେଙ୍କଟଚଳମ୍‌ ମଣ୍ଡଳ ଅନ୍ତର୍ଗତ କାନପୁର ଗ୍ରାମର ତଲ୍ଲପକ ସବିତ୍ରମ୍ମା ନାମରେ ଜଣେ ମହିଳା ଦାଏର କରିଥିବା ଅଦାଲତ ଅବମାନନା ପିଟିସନ୍‌ର ଶୁଣାଣି କରି ଅଦାଲତଙ୍କର ହୃଦ୍‌ବୋଧ ହୋଇଥିଲା ଯେ, ସମ୍ପୃକ୍ତ ଅଧିକାରୀମାନେ ଜାଣିଶୁଣି ଅଦାଲତଙ୍କ ଆଦେଶକୁ ଅବମାନନା କରିଛନ୍ତି।

ବରିଷ୍ଠ ‘ଆଇଏଏସ୍‌’ ଅଧିକାରୀ ତଥା ରାଜସ୍ବ ବିଭାଗ ତତ୍କାଳୀନ ସଚିବ ମନମୋହନ ସିଂହଙ୍କୁ ୪ ସପ୍ତାହ ଜେଲ୍‌ ଦଣ୍ଡ ସହ ୧୦୦୦ ଟଙ୍କା ଜରିମାନା, ଅର୍ଥ ବିଭାଗର ପ୍ରମୁଖ ସଚିବ ଏସ୍‌ଏସ୍‌ ରାୱତ୍‌ଙ୍କ ଏକ ମାସ ଜେଲ୍‌ ଦଣ୍ଡ ଓ ୨୦୦୦ ଟଙ୍କା ଜରିମାନା ଦେବା ପାଇଁ ଅଦାଲତ ନିର୍ଦେଶ‌ ଦେଇଛନ୍ତି। ଜରିମାନା ନ ଦେଇ ପାରିଲେ ଜେଲ୍‌ ଦଣ୍ଡାଦେଶ ଆଉ ସପ୍ତାହେ ବୃଦ୍ଧି ପାଇବ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.