୫ କୁକୁରଙ୍କ ଉପରେ ଏସିଡ ଢ଼ାଳି ହତ୍ୟା

ଭୋପାଳ: ୫ କୁକୁରଙ୍କୁ ଏସିଡ ଢ଼ାଳି ହତ୍ୟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଏଠାରେ ପାଞ୍ଚଟି ବୁଲା କୁକୁରଙ୍କ ଉପରେ ଏସିଡ୍ ପକାଇ ସେମାନଙ୍କୁ ମାରିଦିଆଯାଇଛି। ପୁଲିସର ସୂଚନାନୁସାରେ, ପିପୁଲ୍ସ ଫର ଆନିମଲ୍ସ (ପିଏଫଏ)ର ସଦସ୍ୟ ପ୍ରିୟାଂଶୁ ଜେନାଙ୍କ ଅଭିଯୋଗ କ୍ରମେ, ପଶୁ କ୍ରରତା ନିବାରଣ ଆକ୍ଟ ଅଧୀନରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ ହୋଇଛି।ଧାରା ୪୨୮ ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଅନ୍ୟାନ୍ୟ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।
ଇନ୍ଦୋରରେ ଥିବା ଏକ ପଶୁ ଅଧିକାର ଗୋଷ୍ଠୀଙ୍କ ହେଲପ୍ ଲାଇନ୍କୁ କୁକୁରଙ୍କୁ ଏସିଡ୍ ଦେଇ ମାରିବା କଥା ନେଇ ଏକ କଲ୍ ଆସିଥିଲା। ଉଜୈନ୍ର ମହାଲକ୍ଷ୍ମୀ ନଗରରେ ରହୁଥିବା ବୃହରାଜ ପରିହାର ଶୁକ୍ରବାର ଦିନ ରାସ୍ତା ଉପରେ କୁକୁର ମାନେ ପଡ଼ି ଛଟପଟ ହେଉଥିବା ସେ ଦେଖିଥିଲେ।
ଏହାପରେ ସେ ତୁରନ୍ତ ପଶୁ ଚିକିତ୍ସାଳୟକୁ କୁକୁର ମାନଙ୍କୁ ନେଇଯାଇଥିଲେ। ସେଠାରୁ ସେମାନଙ୍କୁ ଇନ୍ଦୋରକୁ ରେଫର୍ କରିଦିଆଯାଇଥିଲା। ସେଠାରେ ପାଞ୍ଚଟି ଯାକ କୁକୁରଙ୍କ ମୃତ୍ୟୁ ହୋଇଯାଇଛି। ବର୍ତ୍ତମାନ ପୋଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତ ମାନଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରହିଛି।