Odisha Link
Bridging the Missing Links in Odisha

ଆମେରିକା ଅକାମୀ କରିଥିବା ବିମାନଗୁଡିକୁ ସକ୍ରିୟ କଲା ତାଲିବାନ

କାବୁଲ: ଆମେରିକା ଅକାମୀ କରିଥିବା ବିମାନଗୁଡିକୁ ସକ୍ରିୟ କଲା ତାଲିବାନ। ପ୍ରାୟ ୨୦ ବର୍ଷ ଧରି ତାଲିବାନ ସହ ଯୁଦ୍ଧ ଲଢିବା ପରେ ଶେଷରେ ନିଜ ଦେଶକୁ ଫେରିଯାଇଛନ୍ତି ଆମେରିକା ସେନା। କାବୁଲ ଛାଡିବା ପୂର୍ବରୁ ଆମେରିକା ଏୟାରବେସ୍‌ରେ ଥିବା ଅନେକ ହେଲିକପ୍ଟର ଏବଂ ଯୁଦ୍ଧ ବିମାନଗୁଡିକୁ ଅକାମୀ କରିଦେଇଥିଲା।

ମାତ୍ର ତାଲିବାନ ସେଗୁଡିକୁ ପୁଣି ଥରେ ସଜାଡି ଉଡାଇବାରେ ଲାଗିଛି। ତାଲିବାନୀମାନେ ଏବେ ମନଇଚ୍ଛା ଆମେରିକା ହେଲିକପ୍ଟର ଉଡାଇବାରେ ଲାଗିଛନ୍ତି। ଆମେରିକା ଛାଡିଯାଇଥିବା ୨ଟି ବ୍ଲାକ୍‌ ହକ୍‌ ହେଲିକପ୍ଟରକୁ ଆଫଗାନିସ୍ତାନର ଇଞ୍ଜିନିୟରିଂ ଟିମ୍‌କୁ ବ୍ୟବହାର କରି ସେଗୁଡିକୁ ଠିକ୍‌ କରିନେଇଛନ୍ତି ଏବଂ ଉଡାଇବାରେ ଲାଗିଛନ୍ତି।

ଆଫଗାନିସ୍ତାନ ସେନାର ନକୀବ ହିମ୍ମତ ନାମକ ଜଣେ ପାଇଲଟ ନିଜ ଫେସବୁକ୍‌ରେ ଏହାକୁ ସେୟାର କରିବା ସହିତ ଲେଖିଛନ୍ତି, ଆମେରିକା ଦ୍ବାରା ନଷ୍ଟ କରିଦିଆଯାଇଥିବା ବିମାନଗଡିକୁ ପୁଣିଥରେ ମରାମତି କରିଦିଆଯାଇଛି ଏବଂ ସେଗୁଡିକୁ ବ୍ୟବହାର ମଧ୍ୟ କରାଯାଉଛି।

ସୂଚନାଯୋଗ୍ୟ, ଅଗଷ୍ଟ ୩୦ ତାରିଖରେ ଆମେରିକୀୟ ସେନା କାବୁଲ ଏୟାରପୋର୍ଟ ଛାଡିବା ପରେ ସମ୍ପୂର୍ଣ୍ଣ ବିମାନବନ୍ଦରକୁ ନିଜ କବ୍‌ଜାକୁ ନେଇଥିଲା ତାଲିବାନ। ତେବେ ଆମେରିକା ଏୟାରବେସ୍‌ରେ ମହଜୁଦ ଥିବା ବିମାନ ଏବଂ ହେଲିକପ୍ଟରଗୁଡିକୁ କବ୍‌ଜା ନେଇଯାଇଥିଲା ତାଲିବାନ। ତେବେ ଆମେରିକା ସେନା ଯିବା ପୂର୍ବରୁ ସେସବୁକୁ ଅକାମି କରିଦେଇଥିଲେ ସୁଦ୍ଧା ତାଲିବାନୀ ମାନେ ମରାମତି କରିବାରେ ସଫଳ ହୋଇଛନ୍ତି।

Leave A Reply

Your email address will not be published.