Odisha Link
Bridging the Missing Links in Odisha

ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାରେ ଉଠିଲା ଏସିଏଫ୍ ସୌମ୍ୟ ମୃତ୍ୟୁ ପ୍ରସଙ୍ଗ। ଏସି ଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ। ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି, ଏସିଏଫଙ୍କ ମୃତ୍ୟୁ ମାମଲାରେ ଡିଏଫଓ, ଏସିଏଫଙ୍କ ପତ୍ନୀ ଓ ତାଙ୍କ ରୋଷେୟା ନାଁ ରେ ଏତଲା ହୋଇଥିଲା। ଏ ନେଇ ଗଜପତି ପୋଲିସ ମାସେ ଓ କ୍ରାଇମବ୍ରାଞ୍ଚ ୧୫ ଦିନ ହେବ ତଦନ୍ତ କରୁଥିଲେ ବି ଏହାଇ କୌଣସି ଦିଗ ବହାରିପାରୁନି। ପୋଲିସ ଓ କ୍ରାଇମବ୍ରାଞ୍ଚ ଏତଲାରେ ନାଁ ଥିବା ତିନି ଜଣଙ୍କୁ ପୋଲିସ ଷ୍ଟେସନ ନ ଡାକି ତାଙ୍କ ଘରେ କାହିଁକି ଜେରା କରୁଛି।

 ଏଥିସହ ରକ୍ତ ଚନ୍ଦନ କାଠ ବାହାର ରାଜ୍ୟକୁ ଚାଲାଣ ଅଭିଯୋଗ ହୋଇଛି। ମାଡ୍ରାସ ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦକୁ ଏ କାଠ ସବୁ ଚାଲାଣ ହେଉଛି।  ରକ୍ତ ଚନ୍ଦନ କାଠ ଚୋରି ନେଇ ଡିଏଫଓ ଜାଣିପାରୁ ନାହାନ୍ତି। ଏ ଘଟଣାରୁ ଲାଗୁଚି ସରକାର ଡିଏଫଓଙ୍କୁ ସୁରକ୍ଷା ଦେଉଛନ୍ତି। କାହିଁକି ତାଙ୍କୁ ବଦଳି କରାଯାଉନି ବୋଲି କହିଛନ୍ତି।

Leave A Reply

Your email address will not be published.