Odisha Link
Bridging the Missing Links in Odisha

ଗିରଫ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାପା

ରାୟପୁର: ଗିରଫ ହେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲ। ନିର୍ଦ୍ଦିଷ୍ଟ ସଂପ୍ରଦାୟ ପ୍ରତି ବିବାଦୀୟ ବୟାନ ଦେଇ ଗିରଫ ହେଲେ ନନ୍ଦ କୁମାର ବଘେଲ।

ବ୍ରାହ୍ମଣ ବିରୋଧୀ ଆପତ୍ତିଜନକ ମନ୍ତବ୍ୟ ପାଇଁ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଛି। ଗିରଫଦାରୀ ପରେ ନନ୍ଦ କୁମାରଙ୍କୁ ରାୟପୁରର ଏକ ଅଦାଲତରେ ହାଜର କରାଯାଇଛି।

ଡିଡି ନଗର ପୁଲିସ ଶନିବାର ରାତିରେ ନନ୍ଦ କୁମାର ବଘେଲଙ୍କ ବିରୋଧରେ ଧାରା ୧୫୩-ଏ(ବିଭିନ୍ନ ସମୂହଙ୍କ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ ଦେବା) ଓ ୫୦୫(୧)(ବି) ଆଧାରରେ ମାମଲା ରୁଜୁ କରାଯାଇଥିଲା।