Odisha Link
Bridging the Missing Links in Odisha

ବାହାଘର ପାଇଁ ‘ଟସ୍’

ବେଙ୍ଗାଲୁରୁ: କୌଣସି ମ୍ୟାଚ୍‌ ପୂର୍ବରୁ ଟସ୍‌ ପଡ଼ିଥାଏ। ଆପଣମାନେ ନିଶ୍ଚୟ ଜାଣିଥିବେ। ସେ କ୍ରିକେଟ ହେଉ ବା ଫୁଟବଲ୍‌ ଟସ୍‌ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ହେଲେ କେବେ ବାହାଘର ପାଇଁ ଟସ୍‌ ପଡ଼ିଥିବାର ଦେଖିଛନ୍ତି କିମ୍ବା ଶୁଣିଛନ୍ତି କି? ହେଲେ କର୍ଣ୍ଣାଟକର ଅଲୁରର ଏକ ଗାଁରେ ଦେଖିବାକୁ ମିଳିଛି।

ଦୁଇ ଜଣ ଯୁବତୀ ଜଣେ ଯୁବକଙ୍କୁ ପ୍ରେମ କରିଥିଲେ। ପରେ ଦୁଇ ଜଣ ଯୁବତୀ ସେହି ଯୁବକଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ। ଶେଷରେ ଗାଁ ଲୋକ ଏହି ସମସ୍ୟାର ସମାଧାନ ବାହାର କରିବା ପାଇଁ ଟସ୍‌ର ସାହାରା ନେଇଥିଲେ।

ମିଳିଥିବା ସୂଚନା ମୁତାବିକ, ଗାଁ ଲୋକ ଯୁବତୀ ୨ ଜଣଙ୍କୁ ଯେତେ ବୁଝେଇଥିଲେ ସୁଦ୍ଧା ସେ ତାଙ୍କ ଜିଦିରେ ଅଟଳ ଥିଲେ। ଦୁହିଁଙ୍କ ଭିତରୁ କେହି ମାନିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ଗାଁ ଲୋକ ଟସ୍‌ ପକାଇବାର ନିଷ୍ପତ୍ତି ନେଇଥିଲେ।

ଟସ୍ ପୂର୍ବରୁ ଏକ ସର୍ତ୍ତ ରଖିଥିଲେ ଗାଁ ଲୋକ। ଟସ୍ ପୂର୍ବରୁ ଏକ ବଣ୍ଡ ପେପରରେ ୩ ଜଣଙ୍କର ସାଇନ୍ ରହିବ ଓ ଯେଉଁ ନିଷ୍ପତ୍ତି ନିଆଯାଇଛି ତାକୁ ମାନିବାକୁ ପଡିବ। ସବୁ ପକ୍ରିୟା ପରେ ଯେତେବେଳେ ଟସ୍‌ର କଥା ଆସିଥିଲା ଚୁପ୍ ରହିଥିବା ଯୁବକ ଜଣକ ନିଜର ଇଛା ପ୍ରକାଶ କରିଥିଲେ। ଯେଉଁ ଯୁବତୀ ଆତ୍ମହତ୍ୟାର ଚେଷ୍ଟା କରିଥିଲେ ତାଙ୍କୁ ଯୁବକ ଜଣକ ସ୍ବୀକାର କରିଥିଲେ। ଏହି ସ୍ବଭାବକୁ ଦେଖି ଦ୍ବିତୀୟ ଯୁବତୀ ଜଣକ ଯୁବକଙ୍କୁ ଏକ ଯୋରଦାର ଚାପୁଡା ଦେଇଥିଲେ। ଏହା ସହିତ ନିଷ୍ପତ୍ତି ହୋଇଯାଇଥିଲା ଯେ ଯୁବକ ଜଣକ କେଉଁ ଯୁବତୀଙ୍କୁ ବିବାହ କରିବେ। ଆଉ ଟସ୍ ପଡ଼ିନଥିଲା।

Leave A Reply

Your email address will not be published.