ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡି ସେବାୟତ ଆହତ
ପୁରୀ: ବୁଧବାର ଅପରାହ୍ନରେ ପୁରୀ ଶ୍ରୀମନ୍ଦିରରେ ଅଘଟଣ। ରୋଷଘରୁ ଛେକ ବୋହିବା ବେଳେ ଗରମ ଡାଲି ପଡି ଯୁବ ସେବାୟତ ଆହତ। ଆହତ ସେବାୟତ ହେଉଛନ୍ତି ପୁରୀ ଗୌଡବାଡ ସାହିର ବିଶ୍ବଜିତ ମହାସୁଆର। ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ବିଶ୍ବଜିତଙ୍କ ହାତ, ଗୋଡ ପିଠିରେ ଗରମ ଡାଲି ପଡିଯିବା ଯୋଗୁଁ ପୋଡିଯାଇଛି। ଏନେଇ ଶ୍ରୀମନ୍ଦିର ନୀତିକାନ୍ତିରେ କୌଣସି ପ୍ରଭାବ ପଡିନାହିଁ।