Odisha Link
Bridging the Missing Links in Odisha

ବିଶ୍ୱବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି ରହିଛି। ସେହିଭଳି ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ଥିବା ନେଇ ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଖାଲି ପଡ଼ିଥିବା ପ୍ରଫେସର ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଚୟନ ପ୍ରକ୍ରିୟା ଜାରି ରହିଛି। ଅଣଶିକ୍ଷକ ପଦବୀ ପୂରଣ ରାଜ୍ୟ ପ୍ରବରଣ ମଣ୍ଡଳୀ ମାଧ୍ୟମରେ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।

ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ ସହ ୬୭୯ଟି ଅଣଶିକ୍ଷକ ପଦବୀ ଖାଲି ରହିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୧ଟି ପ୍ରଫେସର ପଦବୀ ସହ ୩୭୭ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୯ଟି ପ୍ରଫେସର ପଦବୀ ସହ ୬୮ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୮୮ଟି ପ୍ରଫେସର ପଦବୀ ସହ ୧୬୨ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି।

ସେହିଭଳି ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ୭୬ଟି ପ୍ରଫେସର ପଦବୀ ସହ ୫୧ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୪୨ଟି ପ୍ରଫେସର ପଦବୀ ସହ ୧୩ଟି ଅଣଶିକ୍ଷକ ପଦବୀ ଖାଲି ରହିଛି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୬୬ଟି ପ୍ରଫେସର ପଦବୀ ସହ ୪୩ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି।

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୧୧୨ଟି ପ୍ରଫେସର ପଦବୀ ଖାଲି ପଡ଼ିଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ ଖାଲି ଅଛି। ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୦୧ଟି ପ୍ରଫେସର ପଦବୀ ସହ ୧୦୧ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି।

Leave A Reply

Your email address will not be published.