Odisha Link
Bridging the Missing Links in Odisha

ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ ଭିତରେ ନିଷ୍ପତ୍ତି ନେବେ ସରକାର

 ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ଲୋକସେବା ଭବନରେ ସରକାର-ପୂଜା କମିଟି ବୈଠକ ହୋଇଛି। ଏଥିରେ ସରକାର ଓ ପୂଜା କମିଟି ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। କାହିଁକି କଟକଣା ନିଷ୍ପତ୍ତି ନିଆଯାଇଛି ବୋଲି ପୂଜା କମିଟିକୁ ଜଣାଇଛନ୍ତି ସରକାର। ଏହା ସହ ଅନ୍ୟ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି। ସୁପ୍ରିମକୋର୍ଟ ଗାଇଡଲାଇନ୍ ନେଇ ଆଲୋଚନା ହୋଇଛି।

ବୈଠକ ପରେ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ମୂର୍ତ୍ତି ଉଚ୍ଚତା ନେଇ ୨ ଦିନ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆବଦ୍ଧ ପୂଜାକୁ ନେଇ ପରିସ୍ଥିତି ଅନୁସାରେ ସରକାର ନିଷ୍ପତ୍ତି ନେବେ। ଦୁର୍ଗା ପୂଜାକୁ ଆଉ ମାସେ ସମୟ ରହିଛିି, ସେତେବେଳର କୋଭିଡ ସ୍ଥିତି ଅନୁସାରେ ନିଷ୍ପତ୍ତି ନିଆଯିବ।’

ମୂର୍ତ୍ତି ବିବାଦକୁ ନେଇ ପ୍ରତିବାଦ ହୋଇଥିବା ବେଳେ ସରକାର ସଙ୍ଗେ ସଙ୍ଗେ ବୈଠକ ଡାକି ଆଲୋଚନା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ପୂଜା କମିଟି। ଦୁର୍ଗାପୂଜା ସହ ଲୋକଙ୍କର ଭାବାବେଗ ଜଡିତ ଥିବାରୁ ସରକାର ଉଚିତ୍ ନିଷ୍ପତ୍ତି ନେବେ। ମନ୍ଦିରରେ ଯେହେତୁ ଦର୍ଶନ ପାଇଁ ଅନୁମତି ମିଳିଲାଣି ତେଣୁ ଦୁର୍ଗାପୂଜାରେ ମଧ୍ୟ ଭକ୍ତଙ୍କୁ ଅନୁମତି ମିଳିପାରେ। କିନ୍ତୁ ସେତେବେଳେ ସଂକ୍ରମଣର ସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି  ନେବେ ବୋଲି ପ୍ରଭାତ କହିଛନ୍ତି।

Leave A Reply

Your email address will not be published.