Odisha Link
Bridging the Missing Links in Odisha

ବାର୍‌ରେ ଜମିଥିଲା ଆସର, ତାପରେ…

ଭୁବନେଶ୍ବର: କରୋନା କଟକଣାକୁ ଫୁ କରି ବାର୍‌ରେ ଜମିଥିଲା ଆସର। ପରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍‌ ହେଲା ରାଜଧାନୀର ଜନପଥରେ ଥିବା ମ୍ୟାଡ୍‌ ମୁଲ ବାରକୁ ସିଲ୍‌ କରିଛି ବିଏମ୍‌ସି। ନାଇଟ୍‌ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ରହିଛି।

ରାଜ୍ୟରେ କରୋନା ପାଇଁ ରାତ୍ର କାଳୀନ କର୍ଫ୍ୟୁ ବଳବତ୍ତର ରହିଛି। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲି ପାରିବନାହିଁ। ମାତ୍ର ଏସବୁ ନିୟମକୁ ଖାତର ନକରି ମ୍ୟାଡ ମୁଲ ବାର ରାତି ୧ ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା। ଖବର ପାଇ ପୁଲିସ୍‌ ଓ ବିଏମ୍‌ସି ଚଢ଼ଉ ବେଳେ ଦେଖିବାକୁ ପାଇଥିଲେ ନିଶାଶକ୍ତ ହୋଇ ବାର୍‌ ଭିତରେ ମତୁଆଲା ଥିଲେ ଅନେକ ଯୁବକ ଯୁବତୀ। କିଛି ଯୁବତୀ ଅର୍ଦ୍ଧନଗ୍ନ ଅବସ୍ଥାର ଡ୍ୟାନ୍ସ କରୁଥିଲେ। ସବୁ ଠାରୁ ବଡ଼ କଥା ହେଲା ଏହି ବାର୍‌ର ମ୍ୟୁଜିକ୍‌ ଲାଇସେନ୍ସ ନାହିଁ। କିଛି ମାସ ତଳେ ଖାରବେଳନଗର ଥାନା ପୁଲିସ୍‌ ବାର୍‌ରେ ଚଢ଼ଉ କରି ମ୍ୟୁଜିକ୍‌ ସାମଗ୍ରୀ ଜବତ କରିଥିଲା। ତେବେ ଗତ କିଛି ଦିନ ହେଲା ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ବାର୍‌ ଚାଲୁଥିବା ସୂଚନା ମିଳିଥିଲା।

ତେବେ ଶନିବାର ବିଳମ୍ବିତ ରାତିରେ ପୁଲିସ୍‌ ବିଏମ୍‌ସି ସେଠାରେ ଚଢ଼ଉ କରି ବାର୍‌କୁ ସିଲ୍‌ କରିଛି। ପୂର୍ବରୁ ଉକ୍ତ ବାର୍‌ ଉପରେ ଅନେକ ଥର ଚଢ଼ଉ ହୋଇଛି। ହେଲେ କିଛି ଦିନ ପରେ ପୁଣି ସମାନ ଅବସ୍ଥା। କେବଳ ଏହି ବାର୍‌ ନୁହେଁ, କଟକ ରୋଡ୍‌, ଚନ୍ଦ୍ରଶେଖପୁର ଓ ପଟିଆ ଅଞ୍ଚଳରେ ମଧ୍ୟ ଏମିତି କିଛି ବାର ରହିଛି ସେଠାରେ ଜୁଆ ଖେଳ ମଧ୍ୟ ଜମୁଥିବା ସୂଚନା ରହିଛି।

Leave A Reply

Your email address will not be published.