Odisha Link
Bridging the Missing Links in Odisha

ଲଗାଣ ବର୍ଷା ସତ୍ତ୍ୱେ କଟକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କଟକ: ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ଏହାସହ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ୍ୟ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ଲଗାଣ ବର୍ଷା ଯୋଗୁଁ ସହରରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ପାର୍ବଣରେ ୪ ଫୁଟିଆ ମୂର୍ତ୍ତି ଉଚ୍ଚତା ରଖିବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ଉପରେ କଟକରେ ବିରୋଧ ବଢ଼ିବାରେ ଲାଗିଛି। ଏହାକୁ ବିରୋଧ କରି ଆଜି କଟକ ନଗର ବିଜେପି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ଗତକାଲି ରେଲୱେ ଅଟୋ ଆସୋସିଏସନ ପକ୍ଷରୁ ଅଟୋ ଚଳାଚଳ ବନ୍ଦ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳୁ ବାଦାମବାଡ଼ି ଠାରେ ବସ୍ ଅଟକାଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ କହିଛନ୍ତି ଯେ ଜନତାଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରଖିବାକୁ ଆହ୍ବାନ ଦିଆଯାଇଛି। ଆମ୍ବୁଲାନ୍ସ ଓ ଅନ୍ୟ ସମସ୍ତ ଜରୁରୀ ସେବା ଅବ୍ୟାହତ ରହିଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ମା’ଙ୍କ ଦର୍ଶନ ପାଇଁ ସମସ୍ତଙ୍କୁ ଅନୁମତି ପାଇଁ ଦାବି କରାଯାଉଥିବା ଶ୍ରୀ ବଡ଼ୁ କହିଛନ୍ତି।

Leave A Reply

Your email address will not be published.