Odisha Link
Bridging the Missing Links in Odisha

କ୍ରିକେଟରୁ ସନ୍ନ୍ୟାସ ନେଲେ ମାଲିଙ୍ଗା

ନୂଆଦିଲ୍ଲୀ: କ୍ରିକେଟକୁ ଅଲବିଦା କଲେ ଆଉ ଜଣେ ଷ୍ଟାର ଖେଳାଳି। ଶ୍ରୀଲଙ୍କାର କିମ୍ବଦନ୍ତ୍ରୀ ପେସ୍‌ ବୋଲର ଲାସିଥ ମାଲିଙ୍ଗା କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହିତ ୧୭ ବର୍ଷର କ୍ରିକେଟ କ୍ୟାରିୟରରେ ବିରାମ ଲଗାଇଛନ୍ତି ମାଲିଙ୍ଗା। ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟକୁ ଗୁଡବାଏ କରିସାରିଥିବା ମାଲିଙ୍ଗା ଆଜି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୩୮ ବର୍ଷୀୟ ଏହି ପେସର୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ୩ଟି ଯାକ ଫର୍ମାଟରେ ୩୦ ଟେଷ୍ଟ, ୨୨୬ ଦିନିକିଆ ଓ ୮୪ ଟି-୨୦ ମ୍ୟାଚ୍ ଖେଳି ମୋଟ ୫୪୬ ୱିକେଟ୍ ନେଇଛନ୍ତି। ତାଙ୍କ ନାଁରେ ଟେଷ୍ଟରେ ୧୦୧ ୱିକେଟ୍, ଦିନିକିଆରେ ୩୩୮ ଏବଂ ଟି-୨୦ରେ ୧୦୭ ୱିକେଟ୍ ରହିଛି। ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ମାଲିଙ୍ଗା ଟପ୍ ୱିକେଟ୍ ଟେକର ବୋଲର ଅଛନ୍ତି।

ନିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ଶେଆର୍ କରି ମାଲିଙ୍ଗା କହିଛନ୍ତି, ଗତ ୧୭ ବର୍ଷ ଧରି ମୁଁ ଯେଉଁ ଅଭିଜ୍ଞତା ହାସଲ କରିଛି, ତାହା ଏବେ ଆଉ ମଇଦାନରେ ଆବଶ୍ୟକ ନାହିଁ। କାରଣ ମୁଁ ସବୁ ଫର୍ମାଟରୁ ସନ୍ନ୍ୟାସ ନେବା ପାଇଁ ଟି-୨୦ କ୍ରିକେଟକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.