Odisha Link
Bridging the Missing Links in Odisha

୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଆସନ୍ତା ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଆସନ୍ତା ୪୮ ଘଣ୍ଟାରେ ଛତିଶଗଡ଼, ମଧ୍ୟପ୍ରଦେଶ ମୁହାଁ ହେବ। ପରବର୍ତ୍ତୀ ୬ ଘଣ୍ଟାରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ।

ଏହା ପ୍ରଭାବରେ ୧୪ ଜିଲ୍ଲା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କେନ୍ଦୁଝର।

ତେବେ ଅନୁଗୁଳ ଓ ସୁବର୍ଣ୍ଣପୁରରେ ରେକର୍ଡ ଭାଙ୍ଗିଛି ବର୍ଷା ବିତ୍ପାତ। ଅନୁଗୁଳର ତାଳଚେରରେ ସର୍ବାଧିକ ୩୯୪ ମିମି ବର୍ଷା ରେକର୍ଡ ହୋଇଛି। ସୁବର୍ଣ୍ଣପୁରର ବୀରମହାରାଜପୁରରେ ୩୭୨ ମିମି ବର୍ଷା ରେକର୍ଡ ହୋଇଛି। ସୋନପୁର ଟାଉନରେ ୨୭୧.୮ ମିମି, ବୌଦ୍ଧରେ ୨୬୨ ମିମି, ପାଟଣାଗଡ଼ରେ ୨୫୧ ମିମି ବର୍ଷା ହୋଇଛି। ମୋଟ ୪୧ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Leave A Reply

Your email address will not be published.