Odisha Link
Bridging the Missing Links in Odisha

୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ମହମ୍ମଦନଗର ପାଟଣା ଅଞ୍ଚଳରୁ ୧୦୫ ଗ୍ରାମ୍ ବ୍ରାଉନସୁଗାର ଜବତ। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଜଳେଶ୍ବର ପୁଲିସ। ଏହାସହ ଏକ ବୁଲେଟ୍ ମଟର ସାଇକେଲ୍ ଏବଂ କିଛି ଟଙ୍କା ଜବତ କରିଛି ଜଳେଶ୍ଵର ପୁଲିସ।

ଗିରଫ ଦୁଇ ଜଣଙ୍କ ଘର ଭୁବନେଶ୍ବରରେ ହୋଇଥିବା ବେଳେ ସେମାନେ ଜଳେଶ୍ଵରରୁ ଭୁବନେଶ୍ବର ବ୍ରାଉନସୁଗାର ନେଇ ଯାଉଥିଲେ। ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.