Odisha Link
Bridging the Missing Links in Odisha

ରାଜଧାନୀରେ ଫୁଟିବନି ବାଣ, ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏଥର ମଧ୍ୟ ଫୁଟିବନି ବାଣ। ଦୀପାବଳିରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଲଗାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ ଜରିଆରେ ଏନେଇ ଘୋଷଣା କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି।

କେଜ୍ରିୱାଲ କହିଛନ୍ତି, ଗତ ତିନି ବର୍ଷରେ ଦୀପାବଳି ସମୟରେ ଦିଲ୍ଲୀର ପ୍ରଦୂଷଣ ବିପଦଜ୍ଜନକ ସ୍ଥିତିରେ ଥିବା ଦେଖି ଗତ ବର୍ଷ ପରି ଏଥର ମଧ୍ୟ ସବୁ ପ୍ରକାରର ବାଣ ଭଣ୍ଡାର, ବିକ୍ରି ଏବଂ ଫୁଟାଇବା ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଉଛି। ଏଥିରେ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବ୍ୟବସାୟୀଙ୍କୁ ଅପିଲ୍ କରିଛନ୍ତି ଯେ, ଗତ ବର୍ଷ ବ୍ୟବସାୟୀଙ୍କ ଦ୍ୱାରା ବାଣ ମହଜୁଦ ହେବା ପରେ ଏବଂ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ଣ୍ଣ କଟକଣା ଲଗାଇବା ଫଳରେ ବ୍ୟବସାୟୀଙ୍କ କ୍ଷତି ଘଟିଥିଲା। ତେଣୁ ଏଥର ସମୟ ପୂର୍ବରୁ ବାଣ ମହଜୁଦ କରିବା ଏବଂ ବିକ୍ରି ଉପରେ କଟକଣା ଲାଗୁ କରାଯାଉଛି। ତେଣୁ ସମସ୍ତ ବ୍ୟବସାୟୀ ଭାଇଙ୍କୁ ମୋର ଅନୁରୋଧ ଯେ, ଏଥର ସଂପୂର୍ଣ୍ଣ କଟକଣାକୁ ନଜରରେ ରଖି ବାଣ ମହଜୁଦ ରଖନ୍ତୁ ନାହିଁ।

Leave A Reply

Your email address will not be published.