Odisha Link
Bridging the Missing Links in Odisha

ସ୍ପୁଟନିକ୍ ଲାଇଟ୍ ଟ୍ରାଏଲକୁ ଭାରତର ମଞ୍ଜୁରୀ

ନୂଆଦିଲ୍ଲୀ: କରୋନାକୁ ମାତ ଦେବାକୁ ଆସୁଛି ଋଷର ସ୍ପୁଟନିକ୍ ଲାଇଟ୍ ଭ୍ୟାକ୍ସିନ୍। ଯାହାର ଗୋଟିଏ ମାତ୍ର ଡୋଜ୍ ଶରୀରକୁ କରୋନା ଠାରୁ ସୁରକ୍ଷା ଦେବାକୁ ଯଥେଷ୍ଟ ବୋଲି କୁହାଯାଉଛି। ଏହାର ପରୀକ୍ଷଣ ପାଇଁ ଭାରତୀୟ ଡ୍ରଗ୍ସ କଣ୍ଟ୍ରୋଲ ଅନୁମତି ଦେଇସାରିଛନ୍ତି।

ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ( ଡିସିଜିଆଇ) ଭାରତରେ ଏହାର ଫେଜ୍ -୩ ଟ୍ରାଏଲ ପାଇଁ ମଞ୍ଜୁରୀ ଦେଇଛନ୍ତି। ସବଜେକ୍ଟ ଏକ୍ସପର୍ଟ କମିଟି( ଏସଇସି)ଏହାର ଟ୍ରାଏଲକୁ ମଞ୍ଜୁରୀ ଦେବାକୁ ଡିସିଜିଆଇକୁ ସୁପାରିଶ କରିଥିଲା।

ଏହା ପୂର୍ବରୁ ମଧ୍ୟ ଜୁଲାଇରେ ଋଷର ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ ସ୍ପୁଟନିକ୍ –ଭି ର ଜରୁରୀକାଳୀନ ବ୍ୟବହାର ପାଇଁ ଏସଇସି ସୁପାରିଶ କରିଥିଲା। ହେଲେ ଭାରତରେ ଏହାର ପରୀକ୍ଷଣ ହୋଇ ନପାରିବାରୁ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌ (ସିଡିଏସସିଓ)ଏହାକୁ ଖାରଜ କରିଥିଲେ।

ଗତବର୍ଷ ଋଷର ସ୍ପୁଟନିକ୍ –ଭି ଭ୍ୟାକ୍ସିନ୍ର ପରୀକ୍ଷଣ ପାଇଁ ହାଇଦ୍ରାବାଦ୍ ସ୍ଥିତ ଡକ୍ଟର ରେଡ୍ଡି ଲାବୋରାଟୋରିଜ୍ ଋଷ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହ ଚୁକ୍ତି କରିଥିଲା। କିନ୍ତୁ ଋଷରେ ସିଙ୍ଗଲ ଡୋଜର ପରୀକ୍ଷଣ ଓ ବ୍ୟବହାର କେତେ ସଫଳ ହୋଇଛି ସେନେଇ ଏକ ରିପୋର୍ଟ ମଗାଇବାକୁ ଏସଇସି ଡକ୍ଟର ରେଡ୍ଡି ଲାବୋରାଟୋରୀଜ୍ ମୁଖ୍ୟଙ୍କୁ କହିଥିଲା। ନିକଟରେ ଲ୍ୟାନସେଟର ଏକ ସର୍ଭେ ରିପୋର୍ଟ ମୁତାବକ, ଋଷର ସିଙ୍ଗଲ ଡୋଜ୍ ଟିକାରେ କରୋନା ବିରୋଧରେ ୭୮ରୁ ୮୪ ପ୍ରତିଶତ ପ୍ରତିଶେଧକ ଶକ୍ତି ରହିଛି, ଯାହା ଡବଲ ଡୋଜ୍ ଟିକାଠାରୁ ଯଥେଷ୍ଟ ଅଧିକ।

Leave A Reply

Your email address will not be published.