Odisha Link
Bridging the Missing Links in Odisha

ଲଗାଣ ବର୍ଷାରେ ଚାଲିଗଲା ୬ ଜୀବନ

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଜଣେ ଏବଂ ବଲାଙ୍ଗିର ଜିଲ୍ଲାର ପୁଇଁତଳା ଅଞ୍ଚଳରୁ ଜଣେ ନିଖୋଜ ଅଛନ୍ତି। ସେହିପରି ୨୪ଟି ଜିଲ୍ଲାର ୧୩୯ଟି ବ୍ଲକର ୪୯୬୪ ଗ୍ରାମ ପ୍ରଭାବିତ ହୋଇଥିବାବେଳେ ଭାଙ୍ଗିଛି ୭ ହଜାର ୫୪୦ଟି ଘର। ଏଥିଯୋଗୁ ପ୍ରଭାବିତ ହୋଇଛନ୍ତି ୨୩ ଲକ୍ଷ ୮୨ ହଜାର ୭୯୫ ଜଣ ଲୋକ। ଏଯାବତ୍ ୨୦ ହଜାର ୫୫୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାଯର୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.