Odisha Link
Bridging the Missing Links in Odisha

ରାଜ କୁନ୍ଦ୍ରାଙ୍କ ବିରୋଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡୁଆ। ଅଶ୍ଲୀଳ ଭିଡିଓ ତିଆରି ମାମଲାରେ ଗିରଫ ହୋଇଥିବା ରାଜଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ। ପୁଲିସ ରାଜଙ୍କ ବିରୋଧରେ ୧୫୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି। ଶିଳ୍ପା ସେଟ୍ଟୀ ଓ ଶର୍ଲିନ୍‌ ଚୋପ୍ରା ସମେତ ୪୩ ଜଣ ଶାଖିଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍‌ କୋର୍ଟରେ ଦାଖଲ କରାଯାଇଥିବା ପୁଲିସ ସୂଚନା ଦେଇଛି।

ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ୍‌ ଏହି ଚାର୍ଜସିଟ୍‌ରେ ରାଜ କୁନ୍ଦ୍ରାଙ୍କ ବ୍ୟତୀତ ଆଉ ଦୁଇଟି ନାଁ ମଧ୍ୟ ଅନ୍ତର୍ଭୁକ୍ତ କରିଛି। ଗୋଟିଏ ହେଉଛି ୟଶ ଠାକୁର ଓରଫ ଅରବିନ୍ଦ ଶ୍ରୀବାସ୍ତବ, ଯିଏ ରିପୋର୍ଟ ଅନୁଯାୟୀ ସିଙ୍ଗାପୁରରେ ରହୁଛନ୍ତି ଏବଂ ଅନ୍ୟଟି ହେଉଛି ରାଜ କୁନ୍ଦ୍ରାଙ୍କ ଭିଣେଇ ପ୍ରଦୀପ ବକ୍ସି। ପ୍ରଦିପ ବର୍ତ୍ତମାନ ଲଣ୍ଡନରେ ରୁହୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଜୁଲାଇ ୧୯ ତାରିଖରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିଲା। ସେପଟେ ରାଜଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ପୁଲିସ ଅନେକ ଫିଲ୍ମ ଅଭିନେତ୍ରୀଙ୍କୁ ପଚରାଉଚରା ମଧ୍ୟ କରିସାରିଛି। ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ରାକେଟ ଏବଂ ତା’ର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଜୋରସୋରରେ ଲାଗିପଡିଛି। ଏହି କାରଣ ଯୋଗୁଁ ପୁଲିସ ଅନେକ ଶାଖିଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ଏହି ଆଧାରରେ ଆକ୍ସନ ନେଉଛି ମୁମ୍ବାଇ କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.