Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ପହଞ୍ଚିଲେ ଡେଲିଭରୀ ବୟ

ଭୁବନେଶ୍ବର: ଶେଷରେ ଭୁବନେଶ୍ୱରରେ ପହଞ୍ଚିଲେ ଅପହରଣ ନାଟକ କରିଥିବା ଡେଲିଭରୀ ବୟ ପତିତପାବନ। ତାଙ୍କ ସାଥୀରେ ଗୋପ ଅଞ୍ଚଳର ଜଣେ ଯୁବତୀ ମଧ୍ୟ ରହିଛନ୍ତି। ଉଭୟଙ୍କୁ ମଧ୍ୟପ୍ରଦେଶକୁ କଟନୀରୁ ଆଣି ଭୁବନେଶ୍ୱରରେ ପହଞ୍ଚିଛି ଧଉଳି ଥାନା ପୋଲିସ। ଗତ ସୋମବାର ଦିନ ମଧ୍ୟପ୍ରଦେଶ କଟନୀ ଷ୍ଟେସନରୁ ଏହି ୨ଜଣଙ୍କୁ ଅଟକ ରଖିଥିଲେ ରେଲଓ୍ୱ ପୋଲିସ। ଏହାପରେ ଉଭୟଙ୍କୁ ଓଡ଼ିଶା ପୋଲିସ ସହଯୋଗରେ ଭୁବନେଶ୍ୱର ଅଣାଯାଇଛି।

ଧଉଳି ଅଞ୍ଚଳର ଏହି ଡେଲିଭରୀ ବୟ ପତିତପାବନ ଅପହରଣ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। କେହି ତାଙ୍କୁ କୁଆଡେ ନେଇଯାଉଛନ୍ତି ବୋଲି ଏକ ଭଏସ ମେସେଜ ଜରିଆରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ ପତିପାବନ। ଅଭିଯୋଗ ପରେ ଆକ୍ସନକୁ ଆସିଯାଇଥିଲା ପୋଲିସ। ଏନେଇ ରାଜ୍ୟ ଓ ରାଜ୍ୟ ବାହାରର ସମସ୍ତ ରେଳବାଇ ଥାନାକୁ ପତିପାବନଙ୍କ ଫଟୋ ପଠାଯାଇଥିଲା।

ଧଉଳି ଥାନା ପୋଲିସ ମାମଲାର ଛାନ୍‌ଭିନ୍‌ ଜାରି ରଖିଥିବା ବେଳେ ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପତିପାବନ ଅପହରଣ କରିଥିବା ନେଇ ଅଭିଯୋଗ ଆସିଥିଲା। ଏନେଇ ଗୋପ ଥାନାରେ ମାମଲା ରୁଜୁ ହୋଇଥିଲା। ଯାହାକି ମାମଲାକୁ ପୁରା ଅଡୁଆରେ ପକାଇଦେଇଥିଲା। ସେପଟେ ପତିତପାବନକୁ ମଧ୍ୟପ୍ରଦେଶର କଟନୀରୁ ଠାବ କରିଥିଲେ ରେଳବାଇ ପୋଲିସ। ତାଙ୍କ ସହ ଜଣେ ଯୁବତୀ ମଧ୍ୟ ରହିଥିଲେ। ନିଜ ସ୍ତ୍ରୀକୁ ଅପହରଣର ରଙ୍ଗୀନ୍ ମିଛ କହି ପ୍ରେମିକା ସହ ଫେରାର୍‌ ହୋଇଯାଇଥିଲେ।

Leave A Reply

Your email address will not be published.