Odisha Link
Bridging the Missing Links in Odisha

ଚାଲିଛି ଏମାର ମଠର ଯାଞ୍ଚ

ପୁରୀ: ପୁରୀ ପ୍ରଶାସନ ପକ୍ଷରୁ ଚାଲିଛି ଏମାର ମଠର ଯାଞ୍ଚ। ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯାଉଛି। ମଠରେ ଆଉ ରୁପା ଇଟା ଅଛି କି ନାହିଁ, ସେନେଇ ଯାଞ୍ଚ ଚାଲିଛି। ଯାଞ୍ଚ କାର୍ଯ୍ୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛି।

ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କାର୍ଯ୍ୟ ହୋଇଛି। ଉତ୍ତର ପାର୍ଶ୍ୱ ମଠ ମହନ୍ତଙ୍କ ନିବେଦନକୁ ବିଚାର କରାଯାଇ ଯାଞ୍ଚ କରାଯାଉଛି। ଏହା ପୂର୍ବରୁ ଏହି ଏମାର ମଠରୁ ୫୨୨ ରୁପା ଇଟା ଓ ପରେ ୪୨ ଖଣ୍ଡ ରୁପା ଇଟା ମିଳିଥିଲା।

Leave A Reply

Your email address will not be published.