ନୁସରତଙ୍କ ପୁତ୍ରର ବାପାଙ୍କ ନାଁ ଉପରୁ ହଟିଲା ପରଦା
ନୂଆଦିଲ୍ଲୀ: ନିକଟରେ ଏକ ପୁତ୍ରା ସନ୍ତାନର ମା’ ହୋଇଛନ୍ତି ତ୍ରୁଣମୂଳ ସାଂସଦ ନୁସରତ ଜାହାଁ । ସେ ଗର୍ଭବତୀ ହେବା ଦିନ ଠାରୁ ଛୁଆ ଜନ୍ମ ହେବା ଯାଏଁ ତାଙ୍କ ଛୁଆର ବାପା କିଏ ବୋଲି ଚର୍ଚ୍ଚା ହୋଇ ଆସିଛି। ଛୁଆର ବାପା କିଏ ସେ କେବେ କହିନଥିବା ବେଳେ ସେ ସିଙ୍ଗିଲ ମଦର ହେବେ ବୋଲି ସର୍ବସମ୍ମୁଖରେ କହିଥିଲେ। ଏବେ କିନ୍ତୁ ତାଙ୍କ ଛୁଆର ବାପାଙ୍କ ଉପରୁ ପରଦା ହଟିଛି।
ପୂର୍ବରୁ ୟଶ ଦାସଗୁପ୍ତାଙ୍କୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ନୁସରତଙ୍କ ପୁଅର ବାପା ଅଭିନେତା ୟଶ ଦାସଗୁପ୍ତା ବୋଲି ଅଧିକାରୀକ ରୂପେ ଏହା ସ୍ପଷ୍ଟ ହୋଇଛି। ନୁସରତଙ୍କ ପୁଅର ଜନ୍ମ ପ୍ରମାଣପତ୍ରରୁ ଏହି ଖୁଲାସା ହୋଇଛି। ନୁସରତଙ୍କ ଛୁଆର ବାର୍ଥ ରେଜିଷ୍ଟ୍ରେସନର ପୂରା ତଥ୍ୟ ପବ୍ଲିକ ଡୋମେନରେ ସାମ୍ନାକୁ ଆସିଛି। ଏଥିରେ ଛୁଆର ପୂରା ନାଁ ‘ଇଶାନ ଜେ ଦାସଗୁପ୍ତା’ ଲେଖା ହୋଇଛି।
ପୁଅର ଜନ୍ମ ପରେ ୟଶ ଜନସାଧାରଣଙ୍କୁ ଖୁସି ଖବର ଦେଇଥିଲେ। କେବଳ ଏତିକି ନୁହେଁ, ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ୟଶ ନୁସରତଙ୍କ ସହ ଥିଲେ ଏବଂ ସେ ପିଲାଟିକୁ କୋଳରେ ଧରିଥିଲେ। ନୁସରତ ଜହାଁ ଏବଂ ୟଶଙ୍କ ସମ୍ପର୍କର କଳ୍ପନା ସେବେଠାରୁ କରାଯାଇଥିଲା ଯେବେଠାରୁ ସେ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ତେବେ ନୁସରତ ନିଖିଲଙ୍କ ସହ ତାଙ୍କ ବିବାହକୁ ବେଆଇନ ବୋଲି କହିଥିଲେ ଏବଂ ଭାରତର ଆଇନରେ ଏହି ବିବାହ ବୈଧ ନୁହେଁ ବୋଲି କହିଥିଲେ।