Odisha Link
Bridging the Missing Links in Odisha

ନାବାଳିକା ଗଣଦୁଷ୍କର୍ମ ମାମଲା, ୪ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ନାବାଳିକା ଗଣଦୁଷ୍କର୍ମ ମାମଲା। ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବହଳଦା ଥାନା ଅଞ୍ଚଳରେ ଏହି ନାବାଳିକା ଜଣଙ୍କ ଏକ ଇଟାଭାଟିରେ କାମ କରୁଥିଲେ। ଗତ ବୁଧବାର ମଧ୍ୟ ନାବାଳିକା ଜଣଙ୍କ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ତେବେ ଝିଅଟିକୁ ଏକଟିଆ ପାଇ ଏହି ଚାରି ଜଣ ଅଭିଯୁକ୍ତ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏପରିକି ଦୁଷ୍କର୍ମ ସମୟର ଭିଡିଓ ଉତ୍ତୋଳନ କରିଥିଲେ। ଏହି ବିଷୟରେ କାହାକୁ ନ କହିବାକୁ ଧମକ ମଧ୍ୟ ଦେଇଥିଲେ।

ଝିଅଟି ଗତକାଲି ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକେ ଏନେଇ ବହଳଦା ଥାନାରେ ଏତଲା ଦେଇଥିଲେ। ପୁଲିସ ଆଜି ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.