Odisha Link
Bridging the Missing Links in Odisha

ମୂର୍ତ୍ତି ଉଚ୍ଚତା ନେଇ ଆସିଲା ରାୟ

କଟକ: ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଆସିଲା ରାୟ। ମୂର୍ତ୍ତି ଉଚ୍ଚତା ବୃଦ୍ଧି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାରଜ ହୋଇଛି। କରୋନା କଟକଣା ଯୋଗୁଁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ମୂର୍ତ୍ତି ଉଚ୍ଚତା ୪ଫୁଟରୁ ଅଧିକ ହୋଇପାରିବ ନାହିଁ।

ମୂର୍ତ୍ତି ଉଚ୍ଚତା ପାଇଁ ହାଇକୋର୍ଟରେ ବାଲୁବଜାର ପୂଜା କମିଟ କରିଥିବା ଆବେଦନ ଖାରଜ ହୋଇଛି। କରୋନା ମହାମାରୀ ପାଇଁ ସରକାରଙ୍କ ନିଦେ୍ର୍ଧଶନାମା ଉପରେ କୌଣସି ହସ୍ତକ୍ଷପ କରିବେ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛି।

ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ପ୍ରଥମେ ରାଜ୍ୟ ସରକାର ପୂଜା ଗାଇଡଲାଇନରେ କହିଥିଲେ। ତେବେ ଏନେଇ ବିବାଦ ଉପୁଜିବା ପରେ ରାଜ୍ୟ ସରକାର ଓ ଶାନ୍ତି କମିଟି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ଦୁଇ ଦିନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ମନା କରାଯାଇଥିଲା। ଯାହାକୁ ବିରୋଧ କରି ପ୍ରତିବାଦ କରାଯାଇଥିଲା।

Leave A Reply

Your email address will not be published.