Odisha Link
Bridging the Missing Links in Odisha

ମହାନଦୀରେ ନାହିଁ ବନ୍ୟା ଆଶଙ୍କା: ଏସ୍‌ଆରସି

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜୁଥିବାରୁ ଏହାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସୂଚନା ମୁତାବକ ଉପର ମୁଣ୍ଡରେ ବର୍ଷା କମିଛି ,ହୀରାକୁଦକୁ ଜଳ ପ୍ରବେଶ ମଧ୍ୟ କମିବାରେ ଲାଗିଛି ତେଣୁ ବର୍ତ୍ତମାନ ବନ୍ୟା ସ୍ଥିତି ଆଶଙ୍କା କରାଯାଉନାହିଁ। ବର୍ତ୍ତମାନ ୪.୭୦ ଲ୪ କ୍ୟୁସେକ୍ ପଶୁଛି ଏବଂ ୪.୮୪ ଲକ୍ଷ ନିଷ୍କାସନ ହେଉଛି।

ହୀରାକୁଦରୁ ଆସୁଥିବା ପାଣି କାଲି ସକାଳେ ମୁଣ୍ଡୁଳିରେ ପିକ୍ ଧରିବ ଏବଂ କାଲି ସକାଳେ ମୁଣ୍ଡଳିରେ ସାଢେ ୭ରୁ ୮ଲକ୍ଷ କ୍ୟୁସେକ୍ ପାଣି ଯିବ। ତେଣୁ ଏସବୁକୁ ଦେଖିଲେ ମହାନଦୀରେ ବିଶେଷ କିଛି ସମସ୍ୟା ଆଶା କରାଯାଉନି ବୋଲି କହିଛନ୍ତି ଏସଆରସି । ସେପଟେ ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତିକୁ ନେଇ ଏସଆରସି ମଧ୍ୟ ସୂଚନା ଦେଇଛନ୍ତି।

ବୈତରଣୀ ,ବୁଢାବଳଙ୍ଗ ଏବଂ ଜଳକା ନଦୀ ଜଳସ୍ତର କମୁଛି କିନ୍ତୁ ସୁବର୍ଣ୍ଣରେଖା ଜଳସ୍ତର ବଢୁଛି ଯାହା ଆଜି ରାତିରେ ପିକ୍ ଛୁଇଁବ। ଆଜି ରାତିରେ ରାଜଘାଟଠାରେ ଜଳସ୍ତର ୧୧୫ ମିଟର ପହଞ୍ଚିପାରେ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ଯୋଗୁଁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ଆଶା କରାଯାଇଛି। ଭୋଗରାଇ ଓ ବାଲିଆପାଳର କିଛି ତଳି ଅଚଂଳରେ ପାଣି ପଶିପାରେ। ତେଣୁ ଏଥିପାଇଁ ଜିଲ୍ଲା ପ୍ରଶାସନ ପୁରା ସଜାଗ ଥିବା କଥା ମଧ୍ୟ କୁହାଯାଇଛି।

ଅନ୍ୟପକ୍ଷରେ କଟକ ମୁଣ୍ଡଳିରେ କାଲି ସକାଳ ସୁଦ୍ଧା ସାଢେ ୭ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେବ। ଏବେ ମୁଣ୍ଡଳିରେ ୬ ଲକ୍ଷ ୨୬ ହଜାର କ୍ୟୁସେକ ପାଣି ଯାଉଛି। ବର୍ଷା ନ ହେଲେ ଏପରି ସ୍ଥିତି ଜାରି ରହିବ। ଆଉ ବେଶି ପାଣି ଆସିବନି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି। ପୂର୍ଣ୍ଣିମା ତିଥି ଆଗକୁ ଥିବାରୁ ସମୁଦ୍ର ଜୁଆରି ରହୁଛି। ନଦୀ ମୁହାଣ ଦେଇ ଅଧିକ ପାଣି ସମୁଦ୍ରକୁ ଯାଇପାରୁନି। ଏଥିଯୋଗୁଁ ତଳିଆ ଅଞ୍ଚଳରେ କିଛିଟା ବନ୍ୟା ପରିସ୍ଥିତି ସୃଷ୍ଟି କରିବ।

Leave A Reply

Your email address will not be published.