Odisha Link
Bridging the Missing Links in Odisha

ସାଇବର ଅପରାଧ କ୍ଷେତ୍ରରେ ଷଷ୍ଠ ସ୍ଥାନରେ ଓଡ଼ିଶା: NCRB ରିପୋର୍ଟ

ନୂଆଦିଲ୍ଲୀ: NCRB ରିପୋର୍ଟ ମୁତାବକ  ଦେଶରେ ୧୧.୮ ପ୍ରତିଶତ ବଢିଛି ସାଇବର ଅପରାଧ। ଏଥିସହ ୨୧୪ ପ୍ରତିଶତ ବଢିଛି ମିଥ୍ୟା ସମ୍ବାଦ ଓ ଗୁଜବ ମାମଲା। ତେଲେଙ୍ଗାନାରେ ସର୍ବାଧିକ ଗୁଜବକାରୀ ରାଜ୍ୟ ଥିବାବେଳେ ଉତ୍ତରପ୍ରଦେଶରେ ଶୀର୍ଷରେ ଭିଡିଓ ଭାଇରାଲ ଘଟଣା।

NCRB ରିପୋର୍ଟ ମୁତାବକ ୨୦୨୦ରେ ଦେଶରେ ମୋଟ ୫୦ ହଜାର ୩୫ଟି ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୧୧ ହଜାର ୯୭ ଟି ଘଟଣା ସାମ୍ନାକୁ ଆସିଥିବା ବେଳେ ପଛକୁ ରହିଛି କର୍ଣ୍ଣଟକ ଓ ମହାରାଷ୍ଟ୍ର।

ଆଇଟି ସେକ୍ସନ ୬୭-ଏ ଅନୁସାରେ ଆପତ୍ତିଜନକ ଭିଡିଓ ଭାଇରାଲ ଘଟଣାରେ ମଧ୍ୟ ଶୀର୍ଷରେ ୟୁପି ଥିବାବେଳେ ପଛକୁ ରହିଛି ଆସାମ। ମିଥ୍ୟା ସମ୍ବାଦ ଓ ଗୁଜବ ଦେଶରେ ୨୧୪ ଗୁଣ ବୃଦ୍ଧି ପାଇଛି। କୋଭିଡ ଟିକାକରଣ, ମୃତ୍ୟୁ, ଅକ୍ସିଜେନ ଯୋଗାଣ, ହସ୍ପିଟାଲରେ ଶଯ୍ୟା ଆଦି ପ୍ରସଙ୍ଗରେ ଗୁଜବ କେସ ତେଲେଙ୍ଗାନାରେ ସବୁଠୁ ଅଧିକ ଥିବାବେଳେ ତାମିଲନାଡୁ ଓ ଉତ୍ତରପ୍ରଦେଶ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛି।

ଓଡ଼ିଶା ସାଇବର ଅପରାଧ କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ଥିବା ବେଳେ ୨୦୨୦ରେ ୧ ହଜାର ୯୩୧ ମାମଲା ରୁଜୁ ହୋଇଛି । କ୍ରେଡିଟକାର୍ଡ, ଡେବିଟକାର୍ଡ ଜରିଆରେ ଜମତରା ଗ୍ୟାଙ୍ଗ ୧ ହଜାର ୭୯ ଲୋକଙ୍କୁ ଚୂନ ଲଗାଇଛନ୍ତି। ନ୍ୟୁଡ ଭିଡିଓ, ଚିତାକର୍ଷକ ଅଫର ଲୋଭନୀୟ ଚାକିରୀ ଆଳ ଦେଖାଇ ରାଜ୍ୟରେ ୪୧୭ ଜଣଙ୍କୁ ଠକିଛନ୍ତି ସାଇବର ଠକ। ଏଭଳି କ୍ଷେତ୍ରରେ ଲୋକେ ସତର୍କ ହେବା ସହ ତୁରନ୍ତ ପୋଲିସର ଆଶ୍ରୟ ନେବାକୁ କହିଛନ୍ତି ଡିସିପି। ସାଇବର ଅପରାଧ ଦିନକୁ ଦିନ ମାଡି ଚାଲିଥିବା ବେଳେ NCRB ତଥ୍ୟ ଅଧିକ ଚିନ୍ତା ବଢାଇଛି।

Leave A Reply

Your email address will not be published.