Odisha Link
Bridging the Missing Links in Odisha

ଟିଏମସିରେ ଯୋଗ ଦେଲେ ବାବୁଲ ସୁପ୍ରିଓ

କୋଲକାତା: ଟିଏମସିରେ ସାମିଲ ହେଲେ ବିଜେପିର ପୂର୍ବତନ ମନ୍ତ୍ରୀ ବାବୁଲ ସୁପ୍ରିଓ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି। ଗତମାସରେ ହଠାତ୍ ସେ ବିଜେପି ଦଳରୁ ଇସ୍ତଫା ଦେଇଥିଲେ ଓ ରାଜନୀତିରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ। ଆଜି ସେ ଟିଏମସିରେ ଯୋଗ ଦେଇ ରାଜନୀତିରେ ସାମିଲ ହୋଇଛନ୍ତି।

ଦଳରେ ସାମିଲ ହେବା କଥା ନେଇ ଟିଏମସି ପକ୍ଷରୁ ବୟାନ ଜାରି କରି ସୂଚନା ଦିଆଯାଇଛି। ଟିଏମସିର ମହାସଚିବ ଅଭିଷେକ ବାନାର୍ଜୀ ଓ ରାଜ୍ୟସଭା ସାଂସଦ ଡେରେକ୍ ଓ ବ୍ରାୟନ୍ଙ୍କ ଉପସ୍ଥିତିରେ ବାବୁଲ ସୁପ୍ରିଓ ଟିଏମସିରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.