Odisha Link
Bridging the Missing Links in Odisha

ଅନୁପମ ଖେରଙ୍କୁ ବଡ଼ ସମ୍ମାନ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅନୁପମ ଖେରଙ୍କୁ ମିଳିଛି ବଡ଼ ସମ୍ମାନ। ନ୍ୟୁୟର୍କର ମ୍ୟାନହେଟନରେ ଆୟୋଜିତ ସମାରୋହରେ ଅନୁପମ ଖେରଙ୍କୁ ହିନ୍ଦୁ ଅଧ୍ୟୟନ ପାଇଁ ଡକ୍ଟରେଟ୍ ଡିଗ୍ରୀରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଆମେରିକା ୟୁନିଭର୍ସିଟି ‘ହିନ୍ଦୁ ୟୁନିଭର୍ସିଟି ଅଫ୍ ଆମେରିକା’ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଛି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ପ୍ରଥମ ବ୍ୟକ୍ତି ଭାବେ ‘ହିନ୍ଦୁ ୟୁନିଭର୍ସିଟି ଅଫ୍ ଆମେରିକା’ ତରଫରୁ ଡକ୍ଟରେଟ୍ ଡିଗ୍ରୀ ମିଳିଥିବାରୁ ମୁଁ ନିଜକୁ ସମ୍ମାନିତ ମନେ କରୁଛି। ମୁଁ ବିଶ୍ୱାସ କରେ ଯେ ହିନ୍ଦୁତ୍ୱରୁ ଆମେ ଶାନ୍ତି ଏବଂ ଗ୍ରହଣର ମହତ୍ତ୍ୱ ବୁଝିପାରିବା। ମୁଁ ମୋର ଡକ୍ଟରେଟ୍ ଡିଗ୍ରୀ ସହିତ ଶାନ୍ତିର ବାର୍ତ୍ତା ପ୍ରସାର କରିବାକୁ ଚାହୁଁଛି।

ସେ ଆହୁରି କହିଛନ୍ତି, ଏହା ମୋ ପାଇଁ ଏକ ସମ୍ମାନଜନକ ଉପଲବ୍ଧି। ଏହି ଡିଗ୍ରୀ ମୋତେ ଦୁନିଆର ସବୁଠାରୁ ପୁରାତନ ସଂସ୍କୃତି ଏବଂ ହିନ୍ଦୁ ଧର୍ମର ଦର୍ଶନ ବିଷୟରେ କହିବାକୁ ସୁଯୋଗ ଦେଇଛି। ଲୋକେ ହିନ୍ଦୁ ଧର୍ମର ଶିକ୍ଷା ଉପରେ କାମ କରୁଛନ୍ତି, ଯାହାକୁ ଦେଖି ଲାଗୁଛି ଯେ ଏହି ସମ୍ମାନ ଗ୍ରହଣ କରିନେବା ଉଚିତ୍ ହେବ। ମୁଁ ହିନ୍ଦୁ ଧର୍ମର ଶିକ୍ଷା ସହିତ ବଢ଼ିଛି ଏବଂ ଏହାକୁ ବିଶ୍ୱାସ ମଧ୍ୟ କରେ।

Leave A Reply

Your email address will not be published.