Odisha Link
Bridging the Missing Links in Odisha

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜୀତ ସିଂ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜୀତ ସିଂ। କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ କଂଗ୍ରେସ ରବିବାର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। ଚରଣଜୀତ ସିଂହ ଚନ୍ନୀ ଦିନ ୧୧ଟା ୧୫ରେ ପଦ ଓ ଗୋପନୀୟତାର ସହ ଶପଥ ଗ୍ରହଣ କରିଛନ୍ତି।

ଚରଣଜୀତଙ୍କ ସହ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ସମସ୍ତଙ୍କୁ ଶପଥପାଠ କରାଇଥିଲେ। ଶପଥଗ୍ରହଣ ପୂର୍ବରୁ ଚରଣଜୀତ ଏକ ଗୁରୁଦ୍ୱାରରେ ପୂଜାର୍ଚ୍ଚନା କରିଥିଲେ।ପୂର୍ବରୁ ଚରଣଜୀତ ଅମରିନ୍ଦର ସିଂହଙ୍କ ସରକାରରେ ସେ ପ୍ରଯୁକ୍ତିବଦ୍ୟା ଶିକ୍ଷା ଓ ଶିଳ୍ପ ତାଲିମ ମନ୍ତ୍ରୀ ଥିଲେ।

ଗତକାଲି କଂଗ୍ରେସର ପଞ୍ଜାବ ପ୍ରଭାରୀ ହରୀଶ ରାୱତ ସ୍ପଷ୍ଟ କରିଥିଲେ ଯେ, ପଞ୍ଜାବରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ସାଧାରଣ ଲୋକଙ୍କ ଅନୁସାରେ ରାଜ୍ୟରେ ୨ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଦରକାର ବୋଲି ସେ କହିଥିଲେ।

Leave A Reply

Your email address will not be published.