Odisha Link
Bridging the Missing Links in Odisha

ଏ ଯାଏଁ ମିଳିନି ଡ୍ରେନ୍‌ରେ ଭାସି ଯାଇଥିବା ଛାତ୍ରଙ୍କ ପତ୍ତା

ଭୁବନେଶ୍ବର: ବରମୁଣ୍ଡା ଶତାବ୍ଦୀନଗର ଦେଇ ଯାଇଥିବା ବିଏମ୍‌ସିର ୮ନମ୍ବର ନାଳରେ ଗତକାଲି ଦଶମ ଶ୍ରେଣୀର ଛାତ୍ର ‌ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜା ଭାସିଯାଇ ନିଖୋଜ ଅଛନ୍ତି। ଭାସିବାର ଅଠର ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ତଥାପି ମିଳୁନାହିଁ ଜ୍ୟୋତି ପ୍ରକାଶ ବେହେରାଙ୍କ କୈଣସି ସନ୍ଧାନ। ରବିବାର ଅପରାହ୍ନରେ ଟ୍ୟୁସନ ଯାଇଥିବା ବେଳେ ଡ୍ରେନ ପାଣିରେ ଭାସି ଯାଇଥିଲେ।

ଗତକାଲି ଜାଗମରାରେ ଲେନ ୭ ଡ୍ରେନକୁ ତନଖି କରିବା ପରେ ବି ଅଗ୍ନିଶମ ଟିମ ହାତରେ ଜ୍ୟୋତିଙ୍କ କୈଣସି ପତ୍ତା ଲାଗିନଥିଲା। ସେପଟେ ଆଜି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ଅଗ୍ୱିଶମବାହିନୀ। ଆଜି ସକାଳୁ Iter ପଞ୍ଚସଖା ଗରରେ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରସେନ ଜାରି ରହିଛି।

ପଞ୍ଚସଖା ନଗରରେ ଦୁଇଟି ନାଳ ଗୋଟିଏ ସ୍ଥାନରେ ମିଶିଛି। ତେଣୁ ଏହି ସ୍ଥାନକୁ ସନ୍ଦେହରେ ରଖି ସର୍ଚ୍ଚ ଅପରେସନ ଚଳାଇଛି ଟିମ୍। ଏଥିସହ ସାଧାରଣ ଲୋକେ ମଧ୍ୟ ନିଖୋଜ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିଙ୍କୁ ଖୋଜିବାରେ ସାମିଲ ହୋଇଛନ୍ତି। ଏହି ଅଘଟଣ ସମଗ୍ର ରାଜଧାନୀରେ ଗଭୀର ଆଲୋଡନ ସୃଷ୍ଟି କରିଛି ଓ ବିଭିନ୍ନ ମହଲରୁ ବିଏମ୍‌ସିକୁ ଦାୟୀ କରାଯାଇଛି।

Leave A Reply

Your email address will not be published.